ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ
ନୂଆଦିଲ୍ଲୀ: ରାଜ୍ୟସଭାରୁ ନିଲମ୍ବନ ହେଲେ ଟିଏମସି ସାଂସଦ ଡେରେକ ଓ'ବ୍ରାଇନ ।ଆଜି ଶୀତ ଅଧିବେଶନ ଚାଲିଥିବା ସମୟରେ ଟିଏମସି ରାଜ୍ୟସଭା ସାଂସଦ ଡେରେକ ଓ'ବ୍ରାଇନ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି।ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସାଂସଦ । ନିୟମ ୨୫୬ ଅନୁଯାୟୀ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାପୂର୍ବରୁ ଡେରେକ ଓ'ବ୍ରାଇନ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଟିଏମସି ସାଂସଦ ଡେରେକ ଓ'ବ୍ରାଇନ୍ ମଧ୍ୟ ତାଙ୍କ ଆସନରୁ ଠିଆ ହୋଇ ହୋହାଲ୍ଲା ଆରମ୍ଭ କରିଥିଲେ । ଅଧ୍ୟକ୍ଷ ବାରମ୍ବାର ଅନୁରୋଧ ପରେ ମଧ୍ୟ ସେ ଶାନ୍ତ ହୋଇନଥିଲେ । ଅଧ୍ୟକ୍ଷଙ୍କ କଥା ନ ଶୁଣିବାରୁ ଧନଖଡ ହଠାତ୍ ନିଜ ଆସନରେ ଠିଆ ହୋଇ କହିଥିଲେ, ଶ୍ରୀ ବ୍ରାଇନ୍ ଆପଣ ନିୟମ ଭଙ୍ଗ କରିଛନ୍ତି | ଶ୍ରୀ ଡେରେକ ଓ'ବ୍ରାଇନ୍ ତୁରନ୍ତ ସଦନରୁ ବାହାରିବା ଉଚିତ୍ |












Click it and Unblock the Notifications