ବଜେଟ୍ ନେଇ ଖୁସ୍ TMC ସାଂସଦ, ଜାଣନ୍ତୁ କ'ଣ କହିଲେ ସାଂସଦ ଶତୃଘ୍ନ ସିହ୍ନା
Budget 2024: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ମଙ୍ଗଳବାର ଜୁଲାଇ ୨୩ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଘୋଷଣା କରିଛନ୍ତି। ଏଥିରେ ସଡକ ଭିତ୍ତିଭୂମି ଠାରୁ ମହିଳା ଏବଂ କୃଷକ ପାଇଁ ବଡ଼ ଘୋଷଣା କରାଯାଇଛି। ବିରୋଧୀ ଦଳ ଏହି ବଜେଟକୁ ନା ପସନ୍ଦ କରୁଥିବା ବେଳେ ଟିଏମସି ସାଂସଦ ଶତୃଘ୍ନ ସିହ୍ନା ଏଥିପାଇଁ ସରକାରଙ୍କୁ ପ୍ରଶଂସା କରିଛନ୍ତି।
ବାସ୍ତବରେ ଚଳିତ ବର୍ଷ ବଜେଟରେ ୩ ପ୍ରକାର କ୍ୟାନସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ ଅର୍ଥାତ୍ ଏହା ଶସ୍ତା ହେଲା । ଔଷଧ ଏବଂ ମେଡିକାଲ ଜିନିଷ ଉପରେ କଷ୍ଟମ ଡ୍ୟୁଟି କମିବା ନେଇ ଘୋଷଣ କରାଯାଇଛି । ସେହିପରି ଏକ୍ସରେ ଟ୍ୟୁବ୍ ଉପରେ ମଧ୍ୟ ଶିଳ୍ପ ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି । ଯାହା ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ।

ବଜେଟ୍ ଘୋଷଣା ପରେ ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ଶତୃଘ୍ନ ସିହ୍ନା କହିଛନ୍ତି, "କର୍କଟ ରୋଗର ଔଷଧ କିମ୍ବା ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଔଷଧର ଦାମ୍ କମାଇବା ଏକ ପ୍ରଶଂସନୀୟ କାର୍ଯ୍ୟ । ସେହିପରି ବିହାରକୁ ନେଇ କରାଯାଇଥିବା ବଡ଼ ଘୋଷଣାକୁ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି ଏବଂ ସରକାରଙ୍କ ପ୍ରଶଂସା କରିଛନ୍ତି ସେ କହିଛନ୍ତି, ବିହାରକୁ ଯାହା ମିଳିଛି ତାହା ଦେଖି ଖୁସି ଲାଗିଲା । ବିହାରକୁ ଏହା ମଧ୍ୟ ଆବଶ୍ୟକ ଥିଲା ଯେଉଁଥି ପାଇଁ ଦୀର୍ଘ ଦିନ ହେବ ଦାବି କରାଯାଉଥିଲା ।
#WATCH |#UnionBudget2024 | TMC MP Shatrughan Sinha says, "...The relief that has been given on the medicines of cancer or other life-saving drugs is praiseworthy, it's a fact. What has been given to Bihar, as a resident it felt good, but you have to pay for it, but it was good.… pic.twitter.com/2ufisITnZe
— ANI (@ANI) July 23, 2024
ସେ ଆହୁରି କହିଛନ୍ତି, ଆନ୍ଧ୍ରପ୍ରଦେଶକୁ ମଧ୍ୟ ଆଶା କରାଯାଉଥିବା ପରି ଫଳ ମିଳିଛି । ହେଲେ ତେଲେଙ୍ଗାନା, ପଞ୍ଜାବ ଏବଂ ପଶ୍ଚିମବଙ୍ଗ ପାଇଁ ଆପଣ କଣ କରିଛନ୍ତି?" ବାସ୍ତବରେ ଅମରାବତୀକୁ ରାଜଧାନୀ ରୂପେ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ୧୫ ହଜାର କୋଟି ଟଙ୍କା ଦେବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ସିଏମ ଚନ୍ଦ୍ରବାବୁ ନାଇଡୁ ଏନେଇ ଦାବି କରି ଆସୁଥିଲେ ।












Click it and Unblock the Notifications