କ୍ଷମା ମାଗିଲେ ଟିଏମସି ସାଂସଦ ରଚନା ବାନାର୍ଜୀ କ୍ଷମା, ଜାଣନ୍ତୁ କାହିଁକି?
ଟିଏମସି ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ କ୍ଷମା ମାଗିଛନ୍ତି। କୋଲକାତାର ସରକାରୀ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ନାଁ ସାର୍ବଜନୀନ କରିଥିବାରୁ ସେ ସମସ୍ତଙ୍କୁ କ୍ଷମତା ମାଗିଛନ୍ତି। ସେ ଭୁଲ କରିଥିବା ସ୍ୱୀକାର କରିଛନ୍ତି ଓ ତାଙ୍କର ଏପରି କରିବାର ନଥିଲା ବୋଲି ରଚନା କହିଛନ୍ତି।

ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ କୋଲକାତା ପୀଡ଼ିତାଙ୍କ ନାଁ ରଚନା ସାର୍ବଜନୀନ କରି ଦେଇଥିଲେ। ଏନେଇ ତାଙ୍କ ନାଁରେ ପୁଲିସ୍ରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିଲା। ରଚନା କୋଲକାତା ହରରକୁ ନିନ୍ଦା କରି ଗୋଟିଏ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।
ଭିଡିଓର ଶେଷ ଭାଗରେ ସେ ପୀଡ଼ିତାଙ୍କ ନାଁ ଉଚ୍ଚାରଣ କରିଥିଲେ। ଏହା ବିରୋଧରେ କଲିକତା ହାଇକୋର୍ଟର ଆଇନଜୀବୀ ଶାୟନ ସଚିନ ବାସୁ ପୁଲିସ୍ରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।
ତେବେ ରଚନା ନିଜର ଭୁଲକୁ ସ୍ୱୀକାର କରିବା ସହ କ୍ଷମା ମାଗିଛନ୍ତି। ଏଥିସହ ସେ ଉକ୍ତ ଭିଡିଓକୁ ମଧ୍ୟ ଡିଲିଟ କରିଦେଇଛନ୍ତି। ରଚନା କହିଛନ୍ତି, "ମୁଁ ନିଶ୍ଚିତ ଭାବେ ମୋ ପକ୍ଷରୁ ବହୁତ ବଡ଼ ଭୁଲ କରିଛି। ମୋର ସେମିତି କରିବାର ନଥିଲା। ମୁଁ ତାଙ୍କୁ ଅନ୍ୟମାନଙ୍କ ଭଳି ତଳୋତ୍ତମା କହିବାର ଥିଲା।












Click it and Unblock the Notifications