ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ ସାଂସଦ ମିମି ଚକ୍ରବର୍ତ୍ତୀ

Mimi Chakraborty Resigned: ଲୋକସଭା ନିର୍ବାଚନ 2024 ପୂର୍ବରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟକା । ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ । ନ୍ୟୁଜ୍ ଏଜେନ୍ସି ANI ସୂଚନା ଅନୁସାରେ, ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । 2019 ଲୋକସଭା ନିର୍ବାଚନରେ ​​ମିମି ଚକ୍ରବର୍ତ୍ତୀ ଯାଦବପୁର ଆସନରେ ଜିତିଥିଲେ।

ମିମି ଚକ୍ରବର୍ତ୍ତୀ କହିଛନ୍ତି ଯେ, ମୋର ଯାଦବପୁର ପାଇଁ ଏକ ସ୍ୱପ୍ନ ଥିଲା, କିନ୍ତୁ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲି, ଯେତେବେଳେ କେହି ଜଣେ ଫିଲ୍ମ ପୃଷ୍ଠଭୂମିରୁ ଆସନ୍ତି, ସେ କାମ କରନ୍ତି ନାହିଁ ବୋଲି କହି ତାଙ୍କୁ ବଦନାମ କରିବା ସହଜ ହୋଇଥାଏ '। ସେ ଟିଏମସିର ସ୍ଥାନୀୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିଲେ ବୋଲି ମଧ୍ୟ କହିଛନ୍ତି ।

TMC MP Mimi Chakraborty

ହେଲେ ଏପର୍ଯ୍ୟନ୍ତ ନିଦ ଇସ୍ତଫା ପତ୍ର ଲୋକସଭା ଅଧ୍ୟକ୍ଷଙ୍କୁ ଦେଇ ନାହାଁନ୍ତି । ତେଣୁ ଏହା ବୈଷୟିକ ଦୃଷ୍ଟିରୁ ସେ ନିଜ ନିଷ୍ପତ୍ତି ଘୋଷଣା କରିଛନ୍ତି । ତେବେ ଏହାକୁ ଆନୁଷ୍ଠାନିକ ଇସ୍ତଫା ଭାବରେ ବିବେଚନା କରାଯିବ ନାହିଁ ।

ସେ ଆହୁରି କହିଛନ୍ତି, ମୁଁ ରାଜନୀତିର ମୂଳ କଥା ବୁଝିପାରୁ ନାହିଁ, ଯେତେବେଳେ ମୁଁ ଲୋକଙ୍କ ନିକଟରେ ପହଞ୍ଚିଲି, ସେତେବେଳେ ମୁଁ ଅନୁଭବ କଲି ଯେ ଅନେକ ଲୋକ ଏହାକୁ ପସନ୍ଦ କରିନଥିବେ କିମ୍ବା ହୁଏତ ସେମାନଙ୍କ ମଧ୍ୟରୁ କେତେକ ଏହାକୁ ପସନ୍ଦ କରୁଥିବେ । ରାଜନୀତି ମୋ ପାଇଁ ନୁହେଁ। ଯଦି ଆପଣ କାହାକୁ ସାହାଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ରାଜନୀତିରେ କାହାକୁ ପ୍ରୋତ୍ସାହିତ କରିବାକୁ ପଡିବ। ରାଜନେତା ହେବା ବ୍ୟତୀତ ମୁଁ ଜଣେ ଅଭିନେତ୍ରୀ ଭାବରେ ମଧ୍ୟ କାମ କରେ।

ମିମି ଚକ୍ରବର୍ତ୍ତୀ ସାଂସଦ ସହ ଜଣେ ଅଭିନେତ୍ରୀ ମଧ୍ୟ । ୨୦୧୨ରେ ଫିଲ୍ମ ଚାମ୍ପିଅନ୍‌ ଜରିଆରେ ସେ ସିନେମା ଜଗତରେ ପାଦ ଦେଇଥିଲେ । ସେ ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଲୋକପ୍ରିୟତାକୁ ଦେଖି ୨୦୧୯ରେ ଟିଏମ୍‌ସି ତାଙ୍କ ନିବାଚର୍ନୀ ଟିକେଟ ଦେଇଥିଲା। ପାଖାପଖି ୨ ଲକ୍ଷ ୯୫ ହଜାର ଭୋଟ୍‌ରେ ବିଜେପି ପ୍ରାର୍ଥୀକୁ ହରାଇ ସେ ବିଜୟୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+