ଲୋକସଭାରୁ ଟିଏମସି ସାଂସଦ ମହୁଆ ମୈତ୍ର ବହିଷ୍କୃତ

Mahua Moitra News Update: ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଲୋକସଭାରୁ ଟିଏମସି ସାଂସଦ ମହୁଆ ମୈତ୍ର ବହିଷ୍କୃତ । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ତାଙ୍କୁ ବକିଷ୍କୃତ କରାଯାଇଛି । ଏଥିକ୍ସ କମିଟିର ସୁପାରିସକୁ ଲୋକସଭାରେ ମଞ୍ଜୁରୀ ।

Ethics Committee Report

ଶୁକ୍ରବାର ମଧ୍ୟାହ୍ନ 12 ଟା ସମୟରେ ଲୋକସଭାରେ ଏଥିକ୍ସି କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ମହୁଆଙ୍କ ସଦସ୍ୟତା ରଦ୍ଦ ହେବା ସହିତ ଗୃହକୁ ଡିସେମ୍ବର 11 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନୈତିକ କମିଟି ରିପୋର୍ଟ ଉପରେ ଏହି ରାୟ ପ୍ରଦାନ କରି ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ସାଂସଦ ମହୁଆ ମୈତ୍ରଙ୍କ ଆଚରଣ ଜଣେ ସାଂସଦଙ୍କ ଅନୈତିକ ଏବଂ ଅସମ୍ମାନ ବୋଲି କମିଟିର ସିଦ୍ଧାନ୍ତକୁ ଏହି ଗୃହ ଗ୍ରହଣ କରିଛି। ତେଣୁ ସାଂସଦ ଭାବରେ କାର୍ଯ୍ୟ କରିବା ତାଙ୍କ ପାଇଁ ଉପଯୁକ୍ତ ନୁହେଁ।

କଂଗ୍ରେସ ସାଂସଦ ନନୀଷ ତିୱାରୀ କହିଛନ୍ତି, ଯଦି ଏହି ମାମଲା ଉପରେ ଆସିଥିବା ରିପୋର୍ଟରୁ ସଂସଦ ୩-୪ ଦିନ ସମୟ ନେଇ ସମୀକ୍ଷା କରିଥାନ୍ତା ଏବଂ ପରେ ରାୟ ଶୁଣାଇଥାନ୍ତା ତେବେ ମଧ୍ୟ କିଛି ଅସୁବିଧା ହୋଇନଥାନ୍ତା ।

ସଦସ୍ୟତା ହରାଇବା ପରେ ମହୁଆ ମୈତ୍ର କହିଛନ୍ତି ଯେ, ଏହି ପ୍ରସଙ୍ଗରୁ ଦୂରେଇ ରଖିବା ପାଇଁ ଏହା କରାଯାଇଛି, ମୋ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ। ଟଙ୍କା କିମ୍ବା ଉପହାର ନେଇଥିବା କୌଣସି ପ୍ରମାଣ ନାହିଁ । ଅଭିଯୋଗକାରୀଙ୍କୁ କାହିଁକି ଡକାଗଲା ନାହିଁ? ଏହି ପ୍ରସଙ୍ଗରେ ନୈତିକ କମିଟି ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିନାହିଁ। ମୋର ସଦସ୍ୟତା ରଦ୍ଦ ହୋଇଛି କାରଣ ମୁଁ ଆଦାନୀଙ୍କ ପ୍ରସଙ୍ଗ ଉଠାଇଥିଲି ।

ବାସ୍ତବରେ, ଅକ୍ଟୋବର 15 ରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ସଂସଦରେ ପ୍ରଶ୍ନ ପଚାରିବାକୁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ବିପୁଳ ପରିମାଣର ଟଙ୍କା ଏବଂ ଉପହାର ନେଇଛନ୍ତି । ଏହି ଘଟଣାର ଗମ୍ଭୀରତା ଦେଖି ବାଚସ୍ପତି ଏଥିକ୍ସ ପ୍ୟାନେଲକୁ ହସ୍ତାନ୍ତର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+