Get Updates
Get notified of breaking news, exclusive insights, and must-see stories!

ବଢ଼ିଲା ମମତାଙ୍କ ଅଡ଼ୁଆ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଏହି ଟିଏମସି ନେତା

କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ଯା ଘଟଣା। ବଢିଲା ତୃଣମୂଳ କଂଗ୍ରେସ ଲାଗି ଅଡୁଆ। ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣା ପାଇଁ ଏବେ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା ସୁଅ ଛୁଟିଥିବାବେଳେ ଆଜି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି |

ବାସ୍ତବରେ ଏହି ଘଟଣାକୁ ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ଜବାହର ସରକାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ଆର ଜି କର ହସ୍ପିଟାଲରେ ହୋଇଥିବା ଅତ୍ୟାଚାରକୁ ନେଇ ତାଙ୍କର ଆଶା ଥିଲା ଯେ; ସରକାର ସଙ୍ଗେ ସଙ୍ଗେ ବଡ ପଦକ୍ଷେପ ଉଠାଇବେ। ସେ ପୁରୁଣା ମମତା ବାନାର୍ଜୀଙ୍କ ଭଳି ନିଷ୍ପତ୍ତି ନେବେ।

Mamata Banerjee

ହେଲେ ସେ କୌଣସି ମଧ୍ୟ ଶକ୍ତ ପଦକ୍ଷେପ ଉଠାଇନାହାନ୍ତି। ବର୍ତ୍ତମାନ ସେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବିଳମ୍ବ ହୋଇଛି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଶାନ୍ତି ପରିସ୍ଥିତି ରହିବା ଆବଶ୍ୟକ ଏବଂ ଦୋଷୀମାନଙ୍କୁ କଡା ଦଣ୍ଡ ମିଳିବା ଆବଶ୍ୟକ। ସେ ଆହୁରି କହିଛନ୍ତି, "ଆରଜି କର ହସ୍ପିଟାଲରେ ଘଟିଥିବା ଏହି ଭୟଙ୍କର ଘଟଣା ମୋତେ ଯନ୍ତ୍ରଣା ଦେଇଛି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରଙ୍କ ସହ ଆପଣଙ୍କର (ମମତା ବାନାର୍ଜୀ) ପ୍ରତ୍ୟକ୍ଷ ହସ୍ତକ୍ଷେପ ଆଶା କରୁଥିଲି। କିନ୍ତୁ ଏପରି କିଛି ହେଲା ନାହିଁ।" ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମମତାଙ୍କୁ ସେ ଲେଖିଥିବା ଚିଠିରେ ମଧ୍ୟ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି।

ସେ କହିଛନ୍ତି, "ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡ଼ିକରେ ଦଳର ନେତାମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି, ଯାହା ବଙ୍ଗଳାବାସୀଙ୍କୁ କ୍ଷତି ପହଞ୍ଚାଇଛି। ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନ ଟିଏମସି ସରକାରଙ୍କ ଅନିୟନ୍ତ୍ରିତ ପ୍ରାଧାନ୍ୟବାଦୀ ମନୋଭାବ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ ଜନସାଧାରଣଙ୍କ କ୍ରୋଧର ପ୍ରତିଫଳନ।"

ଉଲ୍ଲେଖ ଥାଉ କି ତୃଣମୂଳ କଂଗ୍ରେସ ଅଗଷ୍ଟ ୨୦୨୧ ରେ ଜବାହାର ସରକାରଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଥିଲା। ପଶ୍ଚିମବଙ୍ଗରେ ୧୬ଟି ରାଜ୍ୟସଭା ଆସନ ଅଛି। ଏଥିରେ ଟିଏମସି ହାତରେ ୧୩ଟି, ବିଜେପି ହାତରେ ୨ଟି, କଂଗ୍ରେସ ଏବଂ ସିପିଆଇ (ଏମ) ହାତରେ ଗୋଟିଏ ଗୋଟିଏ ଆସନ ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+