ଇଣ୍ଡିଆ ମେଣ୍ଟରେ ଫାଟ, କେ.ସୁରେଶଙ୍କ ନାମାଙ୍କନ ଉପରେ ଟିଏମସି ସାଂସଦ କଲେନାହିଁ ହସ୍ତାକ୍ଷର

ନୂଆଦିଲ୍ଲୀ: ଲୋକ ସଭା ବାଚସ୍ପତି ପଦକୁ ନେଇ ସହମତ ହୋଇ ନ ପାରିବା ପରେ ବିରୋଧୀଦଳ ଏହାର ପ୍ରାର୍ଥୀ ଘୋଷଣା କରିଛନ୍ତି । କେ ସୁରେଶ ବିରୋଧୀ ଦଳର ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷରେ ଓମ ବିର୍ଲା ଏନଡିଏ ପକ୍ଷରୁ ଲୋକ ସଭା ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବୁଧବାର ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସ୍ୱାଧିନତା ପରେ ଦେଶରେ ଏହା ପ୍ରଥମ ଥର ହେବ ଯେତେବେଳେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ବର୍ତ୍ତମାନ ପର୍ଯ୍ୟନ୍ତ ଶାସକ ଦଳ ଏବଂ ବିରୋଧୀଙ୍କ ସହମତି ଅନୁଯାୟୀ ବାଚସ୍ପତି ନିର୍ବାଚିତ ହେଉଥିଲେ । କିନ୍ତୁ ଏଥର ଏହି ପରମ୍ପରା ଭାଙ୍ଗୁଥିବା ଜଣାପଡିଛି । ଲୋକସଭାରେ ୨୦୧୪ ଓ ୨୦୧୯ର ସ୍ଥିତି ବଦଳିଯାଇଛି । ୨୦୨୪ ରେ ମଜବୁତ ହୋଇଛି ବିରୋଧୀ । ଏବେ ଲୋକସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ହେଲେ ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାଁନ୍ତି ମେଣ୍ଟ ସହଯୋଗୀ ଟିଏମସି ମୁଖ୍ୟ ମମତା ବାନାର୍ଜୀ ।

Mamata Banerjee

ସୂଚନା ମୁତାବକ କଂଗ୍ରେସ ତରଫରୁ ଇଣ୍ଡିଆ ମେଣ୍ଟରୁ କେ. ସୁରେଶଙ୍କୁ ପ୍ରାର୍ଥୀ କରାଯିବା ପରେ ଟିଏମସି ଅସନ୍ତୁଷ୍ଟ ରହିଛି । ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ କହିବା କଥା ପ୍ରାର୍ଥୀ ଘୋଷଣା ପୂର୍ବରୁ ମେଣ୍ଟ ତରଫରୁ ଟିଏମସି ସହ କୌଣସି ପରାମର୍ଶ କରାଯାଇ ନାହିଁ । ଏହି କାରଣରୁ କେ. ସୁରେଶଙ୍କ ନାମାଙ୍କନ ଉପରେ ବିରୋଧୀ ମେଣ୍ଟର ସମସ୍ତ ସାଂସଦ ହସ୍ତାକ୍ଷର କରିଥିବା ବେଳେ ଟିଏମସିର କୌଣସି ସାଂସଦ ହସ୍ତାକ୍ଷର କରିନାହାଁନ୍ତି । ଏବେ ଏହି କାରଣରୁ କୁହାଯାଉଛି ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହେବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+