ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଅତି ପାଖରୁ ଆଖିବୁଜା ଗୁଳି କଲେ ଦୁର୍ବୃତ୍ତ
କୋଲକାତା: ପଶ୍ଚିମବଙ୍ଗ ମୁର୍ସିବାଦରେ ଟିଏମସି ନେତା ସତ୍ୟନ ଚୌଧୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । କିଛି ଅଜ୍ଞାତ ବ୍ୟକ୍ତି ସତ୍ୟନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ରବିବାର ମଧ୍ୟାହ୍ନରେ ବହରାମପୁର ଚଲଟିୟା ଠାରେ କିଛି ଅଜଣା ବ୍ୟକ୍ତି ବାଇକରେ ଆସି ସତ୍ୟନଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ । ରବିବାର ବରହମପୁର ଠାରେ ଏହି ଗୁଳିକାଣ୍ଡ ଘଟିଛି ।
ଏହି ଗୁଳିକାଣ୍ଡ ପରେ ସତ୍ୟେନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନେତାଙ୍କୁ ଗୁଳି କରି ଏପରି ଭାବେ ହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଛି । କିଏ କେଉଁ ଉଦ୍ଦେଶ୍ୟରେ ସତ୍ୟେନ ଚୌଧୁରୀଙ୍କୁ ହତ୍ୟା କରିଛି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସୁଚନାନୁାରେ ରବିବାର କିଛି ଅଜଣା ବ୍ୟକ୍ତି ବାଇକ୍ରେ ଆସି ସତ୍ୟନଙ୍କ ପାଖରେ ପହଞ୍ଚିଥିଲେ । ଏହାପରେ ତାଙ୍କୁ ଅତି ପାଖରୁ ଗୁଳି କରି ଫେରାର୍ ହୋଇଯାଇଥିଲେ । ମିଳିଥିବା ସୂଚନା ଅନୁସାରେ, ସତ୍ୟନ ଚୌଧୁରୀ ପୂର୍ବରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କର ଘନିଷ୍ଟ ଥିଲେ । ହେଲେ ପରେ ସେ କଂଗ୍ରେସ ଛାଡ଼ି ଟିଏମ୍ସିରେ ଯୋଗ ଦେଇଥିଲେ ।












Click it and Unblock the Notifications