ହାଇକୋର୍ଟ ଯିବେ ମହୁଆ ମୈତ୍ର: ଖାଲି କରିବେ ନାହିଁ ସରକାରୀ ବାସଭବନ !
Mahua Moitra: ମହୁଆ ମୈତ୍ର ଖାଲି କରିବେ ନାହିଁ ସରକାରୀ ବାସଭବନ ! ନୋଟିସକୁ ବିରୋଧ କରି ହାଇକୋର୍ଟ ଯିବେ ଟିଏମସି ନେତା ମହୁଆ । ମଙ୍ଗଳବାର ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଉକ୍ତ ନୋଟିସରେ ତୁରନ୍ତ ବଙ୍ଗଳା ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଯଦି ଖାନ ନ କରନ୍ତି ତେବେ ଆବଶ୍ୟକ ପଡିଲେ ଏଥିପାଇଁ ବଳ ପ୍ରୟୋଗ ମଧ୍ୟ କରାଯିବା ନେଇ କୁହାଯାଇଛି ।

ଏବେ ଏହି ନୋଟିସକୁ ପୁଣି ଥରେ ଚ୍ୟାଲେଞ୍ଜ କରିଛନ୍ତି ମହୁଆ । ବିବାଦରେ ଥିବା ଟିଏମସି ନେତା ମହୁଆ ମୈତ୍ରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ସଂସଦ ସଦସ୍ୟତା ହରାଇଥିବା ମହୁଆଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ନୋଟିସ୍ ପରେ ନୋଟିସ୍ ମିଳିବା ଆରମ୍ଭ କରିଛି । ମହୁଆ ବର୍ତ୍ତମାନ ଏହି ସରକାରୀ ବଙ୍ଗଳାରେ ରହୁଛନ୍ତି । ହେଲେ ଲୋକସଭାରୁ ବହିଷ୍କୃତ ହେବା ପରେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ତରଫରୁ ଅନେକ ଥର ନୋଟିସ୍ ଜାରି କରାଯାଇ ସାରିଲାଣି ।
ପ୍ରଥମେ ତାଙ୍କୁ ଘର ଖାଲି କରିବାକୁ ଏକ ନୋଟିସ୍ ମିଳିଥିଲା ଯେଉଁଥିରେ ତାଙ୍କୁ କୋର୍ଟକୁ ଯିବା ପାଇଁ ମଧ୍ୟ ଅନୁମତି ମିଳିଥିଲା । ହେଲେ ଏବେ ମିଳିଥିବା ନୋଟିସ ଅନୁସାରେ ଯଦି ସେ ସରକାରୀ ବଙ୍ଗଳା ଖାଲି ନ କରନ୍ତି ତେବେ ତାଙ୍କୁ ଜୋର ଜବରଦସ୍ତ ଘରୁ ବାହାର କରାଯିବ ବୋଲି କୁଯାଇଛି ।












Click it and Unblock the Notifications