ମମତାଙ୍କୁ କିପରି ବୁଝାଇବେ ରାହୁଲ? ଏହି କାରଣରୁ ହୋଇ ପାରୁନାହିଁ ଆସନ ବୁଝମଣା
ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ ବୁଝମାଣା ପାଇଁ ଫର୍ମୁଲା ପ୍ରାୟ ଆପ୍ ଏବଂ କଂଗ୍ରେସ ମଧ୍ୟରେ ସ୍ଥିର ହୋଇଛି । କିନ୍ତୁ, ଏଠାରେ ମଧ୍ୟ ଗୋଟିଏ ଆସନ ଉପରେ ଅଟକି ରହିଛି ଶେଷ ନିଷ୍ପତ୍ତି । ଅନ୍ୟପଟେ ୟୁପିରେ ରାହୁଲ ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ଆସନ ବୁଝମଣା ହୋଇଛି । ବର୍ତ୍ତମାନ କଂଗ୍ରେସ ପାଇଁ ପରବର୍ତ୍ତୀ ଆହ୍ୱାନ ହେଉଛି ମମତା ଦିଦିଙ୍କୁ ବଙ୍ଗଳାର ଆସନ ଫର୍ମୁଲା ଉପରେ ରାଜି କରାଇବା ।
ସୂଚନାନୁସାରେ, କଂଗ୍ରେସ-ଟିଏମସି ମିଳିତ ମଞ୍ଚର ଏକ ନୂତନ ସମ୍ଭାବ୍ୟ ଫର୍ମୁଲା ଉଭା ହୋଇଛି । ଏହି ସୂତ୍ର ଅନୁଯାୟୀ, ବଙ୍ଗଳାରେ କଂଗ୍ରେସ ପାଞ୍ଚଟି ଆସନ ଦାବି କରୁଛି, ଏହାର ପ୍ରତିବଦଳରେ ଟିଏମସି ମେଘାଳୟରେ ଗୋଟିଏ ଏବଂ ଆସାମରେ ଦୁଇଟି ସିଟ୍ ଚାହୁଁଛି ।ସୂତ୍ରରୁ ପ୍ରକାଶ ଯେ ମମତା ବାନାର୍ଜୀ ବଙ୍ଗଳାରେ କଂଗ୍ରେସକୁ ଦୁଇଟିରୁ ଅଧିକ ଆସନ ଦେବାକୁ ପ୍ରସ୍ତୁତ ନଥିବାବେଳେ ସ୍ଥାନୀୟ କଂଗ୍ରେସ ନେତାମାନେ ମେଘାଳୟର ଦୁଇଟି ଆସନ ମଧ୍ୟରୁ ଗୋଟିଏକୁ ଟିଏମସି ଦେବାକୁ ବିରୋଧ କରୁଛନ୍ତି । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଏହି ସମସ୍ୟାର ସମାଧାନ ହେବ ଏବଂ ମମତା ବାନାର୍ଜୀଙ୍କ ସହ ମିଳିତ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି ।

ବଙ୍ଗଳାରେ ଭାରତ ମିଳିତ ମଞ୍ଚର ସମ୍ଭାବନା ଏବଂ କଂଗ୍ରେସ-ଟିଏମସି ସୂତ୍ର ଉପରେ ଜୟରାମ ରମେଶ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ସହ ଆଲୋଚନା ଚାଲିଛି । ବଙ୍ଗଳାରେ ଏପର୍ଯ୍ୟନ୍ତ ଦ୍ୱାର ବନ୍ଦ ହୋଇନାହିଁ । ଆସନ ବୁଝମଣା ନେଇ ନିଷ୍ପତ୍ତି ଚୂଡ଼ାନ୍ତରେ ପହଁଞ୍ଚିଲାଣି ବୋଲି କହିଛନ୍ତି ଜୟରାମ ରମେଶ ।
ଗୋଟିଏ ସିଟ୍ ଯେଉଁଠାରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଅଟକି ରହିଛି ତାହା ହେଉଛି ଗୁଜୁରାଟର ଭାରୁଚ । କଂଗ୍ରେସ ସୂତ୍ର ଅନୁଯାୟୀ ରାହୁଲ ଗାନ୍ଧୀ ଆମ୍ ଆଦମୀ ପାର୍ଟି ପାଇଁ ଭାରୁଚ ଆସନ ଛାଡିବା ସପକ୍ଷରେ ନାହାଁନ୍ତି । କଂଗ୍ରେସ ବିଶ୍ୱାସ କରେ ଯେ ସ୍ୱର୍ଗତ ଅହମ୍ମଦ ପଟେଲଙ୍କ ଆସନ ଭାରୁଚ କଂଗ୍ରେସ ପାଇଁ ଏକ ଭାବପ୍ରବଣ ବିଷୟ । ଆମ୍ ଆଦମୀ ପାର୍ଟି ଭାରୁଚ ଆସନ ପାଇଁ ପ୍ରାର୍ଥୀ ମଧ୍ୟ ଘୋଷଣା କରିସାରିଛି । ଆପ୍ ସୂତ୍ର ଅନୁଯାୟୀ, ଭାରଚୁ ସିଟକୁ ନେଇ ଦିଲ୍ଲୀରେ ମିଳିତ ମଞ୍ଚର ଗଠନ ହେବାରେ ରହିଚି ସର୍ତ୍ତ ।












Click it and Unblock the Notifications