ଲୋକସଭା ନିର୍ବାଚନ ଲାଗି ଟିଏମସି ଘୋଷଣା କଲା ତାର ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ କେଉଁଠୁ ଦଳ କରିଲା ପ୍ରାର୍ଥୀ

କୋଲକତା: ପଶ୍ଚିମବଙ୍ଗରେ ତୃଣମୂଲ କଂଗ୍ରେସ (ଟିଏମସି) ରବିବାର (ମାର୍ଚ୍ଚ ୧୦, ୨୦୨୪) ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାହାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ରାଜଧାନୀ କୋଲକାତାରେ ଟିଏମସି ସୁପ୍ରିମୋଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ସମୁଦାୟ ୪୨ ଟି ଆସନ ପାଇଁ ନାମ ଘୋଷଣା କରିଛି ଦଳ ।

ଜଗଦୀଶ ଚନ୍ଦ୍ର ବାସୁନିଆଙ୍କୁ କୋଚ ବେହେରା ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । ସେହିପରି କ୍ରିକେଟ୍ କିମ୍ବଦନ୍ତୀ ୟୁସୁଫ୍ ପଠାନଙ୍କୁ ବୀରାମପୁରରୁ ଟିକେଟ୍ ଦିଆଯାଇଛି, ଆଉ ସିଏ କଂଗ୍ରେସର ଅଧିର ରଂଜନ ଚୌଧୁରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦଳର ପ୍ରାର୍ଥୀଙ୍କ ତାଲିକାରେ ରହିଛନ୍ତି

mamata banarjee

କୋଲକାତା ଉତ୍ତରରୁ ସୁଦୀପ ବ୍ୟାନ୍ଦୋପାଧ୍ୟାୟ, କୋଲକାତା ଦକ୍ଷିଣ ରୁ ମାଲା ରାୟ, ହାୱଡ଼ାରୁ ପ୍ରସୁନ୍ ବାନ୍ଦୋପାଧ୍ୟାୟ, ଡାଇମଣ୍ଡ ହାରବରୁ ଅଭିଷେକ ବାନାର୍ଜୀ , ଦମ୍ ଦମ୍ ରୁ ପ୍ରଫେସର ସୌଗତ ରାୟ, ଶ୍ରୀରାମପୁର ରୁ କଲ୍ୟାଣ ବାନାର୍ଜୀ, ହୁଗୁଳି ରୁ ରଚନା ବନ୍ଦୋପାଧ୍ୟାୟ, ବ୍ୟାରେକପୁର ରୁ ପାର୍ଥ ଭୋମିକ୍‌, ବାରାସାତ ରୁ ଡ. କାକୋଲି ଘୋଷ ଦସ୍ତିଦାର,

ଅରାମବାଗ ରୁ ମିତାଲି ବାଗ , ଘାଟାଲ ରୁ ଅଭିନେତା ଦେବ, ମିଦନାପୁର ରୁ ଜୁନ୍ ମାଲିଆ, ବାଙ୍କୁଡା ରୁ ଅରୁପ ଚକ୍ରବର୍ତ୍ତୀ, ବର୍ଦୱାନ ପୂବ ରୁ ଡ. ଶର୍ମିଲା ସରକାର, ଆସାନସୋଲ ରୁ ଶତ୍ରୁଘ୍ନ ସିହ୍ନା, ବର୍ଦ୍ଦୱାନ ଦୁର୍ଗାପୁର ରୁ କୀର୍ତ୍ତୀ ଆଜାଦ, ବୀରଭୂମରୁ ଶତାବ୍ଦି ରାୟ, ତମୁଲକ ରୁ ଦେବାଶୁଂ ଭଟ୍ଟାଚାର୍ଯ୍ୟ,

ବସିରହାଟ ରୁ ହାଜି ନୁରୁଲ ଇସଲାମ , ମଥୁରାପୁର ରୁ ବାପି , ହାଲଦାର ଆଲିପୁରଦାର ରୁ ପ୍ରକାଶ ଚିକ୍ ବରାଇକ, ଦାର୍ଜିଲିଂରୁ ଗୋପାଳ ଲାମା, ରାୟଗଞ୍ଜ ରୁ କୃଷ୍ଣ କୁମାର କଲ୍ୟାଣୀ, ବାଲୁରଘାଟ ରୁ ବିପ୍ଲବ ମିତ୍ର, ମାଲଦା ଉତ୍ତରରୁ ପ୍ରସୂନ ବାନାର୍ଜୀ (ପୂର୍ବତନ ଆଇପିଏସ୍‌), ମାଲଦା ଦକ୍ଷିଣ ରୁ ଶାହନାୱାଜ ରେହାନ , ଜାଙ୍ଗିପୁର ରୁ ଖଲିଲୁର ରହମାନ, ବରହମପୁର ରୁ ୟୁସୁଫ ପଠାନ (ପୂର୍ବତନ କ୍ରିକେଟର), ମୁର୍ସିଦାବାଦ ରୁ ଅବୁ ତାହିର , ଖାନ କୃଷ୍ଣନଗର ରୁ ମହୁଆ ମୋଇତ୍ର, ରାଣାଘାଟ ରୁ ମୁକୁଟମଣି ଅଧିକାରୀ, ବନଗାୱଁ ରୁ ବିଶ୍ୱଜିତ ଦାସ, ଜଲପାଇଗୁରୀ ରୁ ନିର୍ମଲଚନ୍ଦ୍ର ରାୟ, କୁଚ ବିହାର ରୁ ଜଗଦୀଶ ଚନ୍ଦ୍ର ବାସୁନିଆ, ବିଷ୍ଣୁପୁର ରୁ ସୁଜତା ମଣ୍ଡଳ ଖାନଙ୍କୁ ଦଳ କରିଛି ପ୍ରାର୍ଥୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+