୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ନନ୍ଦିଗ୍ରାମରୁ ଲଢ଼ିବେନି ମମତା, ଜାଣନ୍ତୁ କେଉଁଠୁ କରିବେ ପ୍ରତିଦ୍ୱନ୍ଦିତା

ସୋମବାର ବିଜେପି ୧୪୪ ଆସନ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି (ମଙ୍ଗଳବାର) ଶାସକ ଟିଏମସି ୨୯୧ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେଇଛି । ବାକି ୩ଟି ଆସନ​‌ରେ ପ୍ରାର୍ଥୀ ଦେଇ ନାହିଁ ଟିଏମସି । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ଏହା ସ୍ପଷ୍ଟ ହେବ ।

MAMATA BANARJEE
ମୋଟ ୨୯୪ ଆସନ୍‌ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଶାସକ ଟିଏମସି ପୁଣ ଥରେ ସରକାର ଗଢ଼ିବାକୁ ଆଶା ରଖିଥିବା ବେଳେ ବିଜେପି ଶାସନ ପରିବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ପ୍ରଥମେ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ଟିଏମସି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ନାହିଁ । ସେ ଭବାନୀପୁରରୁ ମୈଦାନକୁ ଓହ୍ଲାଇବେ । ସେପଟେ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେପି ।

ନନ୍ଦୀଗ୍ରାମରୁ ହାରିଥିଲେ ମମତା
ଗତ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ। ପରବର୍ତ୍ତୀ ଉପନିର୍ବାଚନରେ ​​ମମତା ବାନାର୍ଜୀ ଭବାନୀପୁର ଆସନରୁ ବିଜୟୀ ହୋଇଥିଲେ। ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସହିତ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଭବାନୀପୁର ଆସନରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଫାଇଟ୍‌ ହେବ।

ମମତାଙ୍କ ବଡ଼ ଦାବି
ମମତା ବାନାର୍ଜୀ କହିଛନ୍ତି ଯେ, TMC ୨୨୬ ଆସନ ଜିତିବ। ସେ ବିଜେପି ବୟକଟ୍‌, ନୋ ଭୋଟ୍‌ ଫର ବିଜେପି ସ୍ଲୋଗାନ ମଧ୍ୟ ଦେଇଛନ୍ତି । ମମତା ଦାବି କରିଛନ୍ତି, BJP ୫୦ ଆସନ ମଧ୍ୟ ଜିତିପାରିବ ନାହିଁ । ସେପଟେ ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ବିଜେପି ତାର ପ୍ରଥମ ତାଲିକା ପ୍ରକାଶ କରିଛି। ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+