Get Updates
Get notified of breaking news, exclusive insights, and must-see stories!

ତିରୁପତି ମନ୍ଦିର ଲଡ଼ୁ ବିବାଦ ; ୧୧ ଦିନ ଉପବାସ ରହିବାକୁ ଘୋଷଣା କଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ

ତିରୁପତି ମନ୍ଦିର ଲଡ଼ୁକୁ ନେଇ ବିବାଦ ବଢ଼ି ଚାଲିଛି । ମନ୍ଦିରର ପ୍ରସାଦ ରୂପେ ଦିଆଯାଉଥିବା ଲଢ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ଉଠିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ଏହାରି ଭିତରେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ତଥା ପାଓ୍ୱାର୍‌ ଷ୍ଟାର ପବନ କଲ୍ୟାଣ ବଡ଼ ଘୋଷଣା କରିଛନ୍ତି। ୧୧ ଦିନ ଉପବାସ ରହି ସେ ଏହାର ପଶ୍ଚାତାପ କରିବେ ବୋଲି କହିଛନ୍ତି।

Tirupati Temple

ଆଜି ଠାରୁ ୧୧ ଦିନ ଯାଏ ଉପବାସ ରହିବେ ପବନ କଲ୍ୟାଣ। ଆଜିଠୁ ସେ ଗୁଣ୍ଟୁର ଜିଲ୍ଲାର ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୧ ଦିନିଆ 'ପ୍ରାୟଶ୍ଚିତ ଦିକ୍ଷା' ଗ୍ରହଣ କରିବେ। ଏଠାରେ ୧୧ ଦିନ ଧରି ସେ ଆନୁଷ୍ଠାନିକ ତପସ୍ୟା କରିବେ। ତିରୁପତି ଲଡୁ ପ୍ରସାଦମଙ୍କ ପ୍ରତି ହୋଇଥିବା ଅପମାନକୁ ନେଇ ସେ ଗଭୀର ଦଃଖ ପ୍ରକାଶ କରିଛନ୍ତି। ପୱନ କଲ୍ୟାଣ କହିଛନ୍ତି ଯେ ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି।

ପବନ କଲ୍ୟାଣ୍ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ହେ ପ୍ରଭୁ ବାଲାଜୀ! ପ୍ରଭୁ ମୋତେ କ୍ଷମା କର। ତିରୁମାଲା ଲଡୁ ପ୍ରସାଦକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ। ପୂର୍ବ ଶାସକଙ୍କ ଅସାମ୍ବିଧାନିକ ପ୍ରବୃତ୍ତି ଯୋଗୁ ଅଶୁଦ୍ଧ ହୋଇଯାଇଥିଲା। କେବଳ ନିଷ୍ଠୁର ମନ ଥିବା ବ୍ୟକ୍ତିମାନେ ଏପରି ପାପ କରନ୍ତି।

ସେ ଆହୁରି ଲେଖିଛନ୍ତି, 'ବ୍ୟକ୍ତିଗତ ସ୍ତରରେ ଆମ ସଂସ୍କୃତି, ଆସ୍ଥା, ବିଶ୍ୱାସ ଏବଂ ସମ୍ମାନର କେନ୍ଦ୍ରସ୍ଥଳ ଶ୍ରୀ ତିରୁପତି ବାଲାଜୀ ଧାମଙ୍କ ପ୍ରସାଦକୁ ଭ୍ରଷ୍ଟ କରିବା ପାଇଁ କରାଯାଇଥିବା ମନ୍ଦ ଉଦ୍ୟମ ଦ୍ୱାରା ମୁଁ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି। ସତ କହିବାକୁ ଗଲେ, ମୁଁ ଭିତରୁ ଅତ୍ୟଧିକ କ୍ଷତ ଅନୁଭବ କରୁଛି। ବର୍ତ୍ତମାନ, ଏହି ମୁହୂର୍ତ୍ତରେ, ମୁଁ ଭଗବାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି, ପ୍ରାୟଶ୍ଚିତର ଶପଥ ନେଉଛି ଏବଂ ୧୧ ଦିନ ଉପବାସ କରିବାକୁ ଏକ ଧାର୍ମିକ ସଂକଳ୍ପ ନେଉଛି। ୧୧ ଦିନ ପରେ ମୁଁ ତିରୁପତି ଯାଇ ପ୍ରଭୁଙ୍କୁ ବ୍ୟକ୍ତିଗତ ଭାବରେ ଦେଖି କ୍ଷମା ପ୍ରାର୍ଥନା କରିବି ଏବଂ ତା'ପରେ ମୋର ପ୍ରାୟଶ୍ଚିତ କାର୍ଯ୍ୟ ଭଗବାନଙ୍କ ନିକଟରେ ସମାପ୍ତ ହେବ।'

ସନାତନ ଧର୍ମ ଉପରେ ବିଶ୍ୱାସ ଥିବା ପ୍ରତ୍ୟେକ ବ୍ୟକ୍ତି କଳିଯୁଗର ପ୍ରଭୁ ବାଲାଜୀଙ୍କ ପ୍ରତି କରାଯାଇଥିବା ଏହି ଭୟଙ୍କର ପାପର ପ୍ରାୟଶ୍ଚିତ କରିବା ଉଚିତ। ପ୍ରଭୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ପୂର୍ବ ସରକାରଙ୍କ ଦ୍ୱାରା ଆପଣଙ୍କ ବିରୋଧରେ କରାଯାଇଥିବା ପାପ ଧୋଇବାକୁ ମୋତେ ଶକ୍ତି ଦିଅନ୍ତୁ ବୋଲି ପବନ କଲ୍ୟାଣ ଲେଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+