ତିରୁପତି ମନ୍ଦିର ଲଡୁ ବିବାଦ; ୩ ଦିନ ପାଇଁ ବନ୍ଦ କରାଗଲା ଏସ୍‌ଆଇଟି ତଦନ୍ତ, ଜାଣନ୍ତୁ କାହିଁକି ?

ତିରୁପତି ଲଡୁ ବିବାଦର ଏସଆଇଟି ତଦନ୍ତକୁ ତିନିଦିନ ପାଇଁ ବାତିଲ କରାଯାଇଛି। ଆନ୍ଧ୍ରପ୍ରଦେଶ ପୁଲିସ ମହାନିର୍ଦେଶକ (ଡିଜିପି) ଦ୍ବାରକା ତିରୁମାଲା ରାଓଙ୍କ ନିର୍ଦେଶ ଅନୁଯାୟୀ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ତିରୁପତି ଲଡୁ ବିବାଦ ଉପରେ ଏସଆଇଟି କୌଣସି ପ୍ରକାର ତଦନ୍ତ କରିବ ନାହିଁ।

Tirupati Temple

ଲଡୁ ବିବାଦର ତଦନ୍ତ ପାଇଁ ରାଜ୍ୟ ସରକାର ସେପ୍ଟେମ୍ବର ୨୬ରେ ଏସଆଇଟି ଗଠନ କରିଥିଲେ। ତେବେ ଏହି ବିବାଦର ତଦନ୍ତ ଅଦାଲତଙ୍କ ତତ୍ତ୍ବାବଧାନରେ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି। ଏହିସବୁ ଆବେଦନଗୁଡିକ ଉପରେ ଅକ୍ଟୋବର ୩ରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ଶୁଣାଣି କରିବା ପର୍ଯ୍ୟନ୍ତ ଏସ୍‌ଆଇଟି ତଦନ୍ତକୁ ସ୍ଥଗିତ ରଖାଯାଇଛି। ଡିଜିପି ରାଓ କହିଛନ୍ତି ଯେ ଏସଆଇଟି ତଦନ୍ତକୁ ସ୍ଥଗିତ ରଖାଯିବା ଦ୍ବାରା ନ୍ୟାୟିକ ଜଟିଳତାକୁ ରୋକାଯାଇପାରିବ। ଏହା ସହିତ ତଦନ୍ତକୁ ମୁକ୍ତ ଓ ଅବାଧ କରାଯାଇପାରିବ।

ତଦନ୍ତ ସମ୍ପର୍କରେ ସୁପ୍ରିମକୋର୍ଟ ତାଙ୍କ ରାୟ ଦେବା ପରେ ସେହି ଆଧାରରେ ତଦନ୍ତ ପ୍ରକ୍ରିୟା ଚାଲିବ। ସୋମବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ବିନା କୌଣସି ତଥ୍ୟ ପ୍ରମାଣ ଆଧାରରେ ମୁଖ୍ୟମନ୍ତ୍ରୀ କାହିଁକି ସାମ୍ବାଦିକ ସମ୍ମିଳନୀ ଡାକଇ ତିରୁପତିର ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ଦିଆଯାଉଥିବା ଲଡୁରେ ଗାଈ, ଘୁଷୁରି ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ କରିଲେ। କୌଣସି ଅଭିଯୋଗ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ତଥ୍ୟ ପ୍ରମାଣ ହାସଲ କରିବା ଉଚିତ୍ ଥିଲା।

ମାତ୍ର ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଅଭିଯୋଗ ଅନୁଯାୟୀ ଜଗନ ମୋହନ ରେଡ୍ଡିଙ୍କ ନେତୃତ୍ବାଧୀନ ଆନ୍ଧ୍ରପ୍ରଦେଶର ୱାଇଏସଆରସିପି ସରକାର ଅମଳରେ ତିରୁପତି ଲଡୁ ପ୍ରସ୍ତୁତି ପାଇଁ ଯୋଗାଇ ଦିଆଯାଉଥିବା ଘିଅରେ ଗାଈ, ଘୁଷୁରି ଚର୍ବି ଓ ମାଛ ତେଲ ରହିଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଲୋକଙ୍କ ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚାଇଥିବାବେଳେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+