ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି: ତିରୁପତି ଲଡୁରେ ବ୍ୟବହାର ହେଉଥିଲା ପଶୁ ଚର୍ବି
Tirupati Laddoos Row: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ପୂର୍ବ ସରକାର ଅର୍ଥାତ୍ YSRCP ସମୟରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା ସେ ଦାବି କରିଛନ୍ତି । ତାଙ୍କର ଏପରି ଅଭିଯୋଗ ପରେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି ।
ତିରୁପତି ଶ୍ରୀ ଭେଙ୍କଟେଶ୍ୱରା ମନ୍ଦିରରେ ତିରୁପତି ଲଡୁଙ୍କୁ ଅର୍ପଣ କରାଯାଇଥାଏ । ଏହି ମନ୍ଦିର ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ପରିଚାଳିତ । ଏନଡିଟିଭି ରିପୋର୍ଟ ଅନୁଯାୟୀ, ଗୁଜୁରାଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ପଶୁପାଳନ ଏବଂ ଖାଦ୍ୟ ବିଶ୍ଳେଷଣ ଏବଂ ଅଧ୍ୟୟନ କେନ୍ଦ୍ରର ଲାବୋରେଟୋରୀ ଦ୍ୱାରା ଏକ ରିପୋର୍ଟ ଦିଆଯାଇଛି।

ଏନଡିଏ ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସିଏମ ନାଇଡୁ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରି କରିବାରେ YSRCP ସରକାର ଅବୈଧ ଉପାଦାନ ବ୍ୟବହାର କରିଛନ୍ତି । ଶୁଦ୍ଧ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା ହେଲେ ବର୍ତ୍ତମାନ ଶୁଦ୍ଧ ଘିଅର ବ୍ୟବହାର କରାଯାଉଛି । ହେଲେ ଏପରି ଅଭିଯୋଗରୁ ଘଣ୍ତନ କରିଛି YSRCP ସମ୍ପୁର୍ଣ୍ଣି ପୂରେ ପ୍ରତ୍ୟାଖ୍ୟାନ କରିଛି ।












Click it and Unblock the Notifications