Get Updates
Get notified of breaking news, exclusive insights, and must-see stories!

ତିରୁପତି ମନ୍ଦିରରେ ଦଳାଚକଟା ଘଟଣା; ଆଜି ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିର ଦଳାଚକଟା ଘଟଣା। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Tirupati Temple

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ସୂଚନା ଅନୁସାରେ ତିରୁପତି ମନ୍ଦିରରେ ବୁଧବାର ସନ୍ଧ୍ୟାରେ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇ ୬ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି। ଏଥିରେ ୨୫ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବୈକୁଣ୍ଠ ଏକାଦଶୀ ନିମନ୍ତେ ତିରୁପତି ମନ୍ଦିରରେ ଭଗବାନ ଭେଙ୍କଟେଶ୍ବର ସ୍ବାମୀଙ୍କ ସ୍ବତନ୍ତ୍ର ବୈକୁଣ୍ଠ ଦ୍ବାର ଦର୍ଶନ ଲାଗି ଟୋକନ ନେବା ପାଇଁ ଏହି ଦଳାଚକଟା ହୋଇଥିଲା।

ଟୋକନ ନେବା ଲାଗି ପ୍ରାୟ ୪୦୦୦ ଭକ୍ତ ରୁଣ୍ଡ ହୋଇଥିଲେ। ଟୋକନ ବଣ୍ଟନ ଲାଗି ବୈରାଗୀ ପଟ୍ଟିଡା ପାର୍କରେ ଅସ୍ଥାୟୀ କାଉଣ୍ଟର ତିଆରି କରାଯାଇଥିଲା। କାଉଣ୍ଟର ଆଗରେ ଭକ୍ତଙ୍କ ଧାଡି ଲାଗିଥିଲା। ଧାଡି ସତ୍ତ୍ବେ ଟୋକନ୍‌ ନେବାକୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଆଜି ସକାଳ ୫ଟାରୁ ଟୋକନ୍ ବଣ୍ଟନ କରାଯିବାକୁ ଥିବାବେଳେ ବୁଧବାର ଠାରୁ ଭକ୍ତଙ୍କ ଭିଡ ଲାଗିଥିଲା। ତିରୁମାଲା ତିରୁପତି ଦେବସ୍ଥାନମ୍ ପକ୍ଷରୁ ଜାନୁଆରୀ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୦ଦିନିଆ ବୈକୁଣ୍ଠ ଦ୍ବାର ଦର୍ଶନ ବ୍ୟବସ୍ଥା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+