ତିରୁପତି ମନ୍ଦିର ଲଡୁ ବିବାଦ ; ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନାଁରେ ରୁଜୁ ହେଲା ମାମଲା

ତିରୁପତି ଲଡୁ ବିବାଦ ଘନେଇବାରେ ଲାଗିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନଡିଏ ଦଳର ବିଧାୟକଙ୍କ ବୈଠକରେ ପ୍ରସାଦର ଅପମିଶ୍ରଣ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଏହି ଅଭିଯୋଗ ପରେ ହାଇଦ୍ରାବାଦରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହି ଅଭିଯୋଗ ତାଙ୍କୁ ମନ୍ଦିରକୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ଅଭିଯୋଗ ହୋଇଛି।

Jaganmohan Reddy

ଆଡଭୋକେଟ୍ କେ. କରୁଣା ସାଗର ପରୀକ୍ଷା ହୋଇଥିବା ଲ୍ୟାବ୍‌ ରିପୋର୍ଟକୁ ଦର୍ଶାଇ ସୟଦାବାଦ ପୁଲିସ ଷ୍ଟେସନରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। କରୁଣା ସାଗର କହିଛନ୍ତି ଯେ ଏହି ରିପୋର୍ଟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଘଟଣାର ତଦନ୍ତ ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି। ଭେଙ୍କଟେଶ୍ୱରା ସ୍ୱାମୀ ମନ୍ଦିରକୁ ଅପମାନିତ କରିବା ଏବଂ ଲକ୍ଷ ଲକ୍ଷ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଜଗନମୋହନ ରେଡ୍ଡୀ ଏବଂ ଅନ୍ୟମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ YS ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ବିଷୟରେ ପଚରାଯିବାରୁ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲା ଆନ୍ଧ୍ରପ୍ରଦେଶର ହୋଇଥିବାରୁ ସେମାନେ ଏହି ପ୍ରସଙ୍ଗରେ ଆଇନଗତ ମତାମତ ନେଉଛନ୍ତି। ଆଇନଗତ ମତ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭେଙ୍କଟେଶ୍ୱର ସ୍ଵାମୀ ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଶୁକ୍ରବାର ଦିନ ପ୍ରକାଶ କରିଛି ଯେ ଗୁଣାତ୍ମକ ପରୀକ୍ଷା ପାଇଁ ପଠାଯାଇଥିବା ନମୁନାରେ ଖରାପ ଗୁଣାତ୍ମକ ଘି ଏବଂ ଚର୍ବି ଅପମିଶ୍ରଣ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+