Tirupati stampede: ତିରୁପତିରେ କାହିଁକି ହେଲା ଦଳାଚକଟା ? କାହିଁକି ଗଲା ୭ ଜୀବନ ?

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମନ୍ଦିରର ବୈକୁଣ୍ଠ ଦ୍ବାର ନିକଟରେ ହୋଇଛି ଦଳାଚକଟା । ଫଳରେ ଏଥିରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଦର୍ଶନ ପାଇଁ ଟୋକନ ବଣ୍ଟାଯାଉଥିବା ବେଳେ ଏହି ଦଳାଚକଟା ହୋଇଥିବା କୁହାଯାଉଛି । ବହୁ ଆହତ ହସ୍ପିଟାଲରେ ଭର୍ତ୍ତି ଥିବା ମଧ୍ଯ ଜଣାପଡିଛି । ପ୍ରକାଶଥାଉ ଯେ, ଦଳାଚକଟା ବେଳେ ୪ ହଜାରରୁ ଅଧିକ ଭକ୍ତ ଉପସ୍ଥିତ ଥିଲେ ।

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ଆୟୋଜିତ ହୋଇଥିବା ବୈକୁଣ୍ଠ ଏକାଦଶୀ ଏବଂ ବୈକୁଣ୍ଠ ଦ୍ୱାର ଦର୍ଶନ ଜାନୁଆରୀ ୧୦ ରୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଟିକେଟ ବଣ୍ଟନ ବେଳେ ଦୁର୍ଘଟଣା ହୋଇଛି ।

ଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଅଭାବନୀୟ ଘଟଣା ଘଟିଥିବାରୁ ସମସ୍ତ ଚକିତ ଅଛନ୍ତି । ସୂଚନା ଅନୁସାରେ, ବୈକୁଣ୍ଠ ଦ୍ବାର ଦର୍ଶନ ପାଇଁ ଟୋକନ୍‌ ବଣ୍ଟନ ଚାଲିଥିବା ବେଳେ ସମସ୍ତେ ଏକତ୍ରିତ ହୋଇଥିଲେ । ୪ ହଜାରରୁ ଅଧିକ ଯାତ୍ରୀ ମନ୍ଦିରରେ ଉପସ୍ଥିତ ରହିଥିଲେ । ଏହି ସମୟରେ ଦଳାଚକଟା ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ତାହାସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

Tirupati stampede

୧୦ ଦିନ ପାଇଁ ସ୍ସେସାଲ ପ୍ରୋଗ୍ରାମ ଲାଗି ଟିକେଟ ବଣ୍ଟନ ଚାଲିଥିବା ବେଳେ ଅଘଟଣ ଘଟିଛି । ତେବେ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଆନ୍ଧ୍ରପେରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏହି ଘଟଣାକୁ ନେଇ ସେ ମର୍ମାହତ ଥିବା କହିଛନ୍ତି । ଆହତମାନଙ୍କ ପାଇଁ ଉପଯୁକ୍ତ ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+