Tirupati laddu: ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ
Tirupati laddu: କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ମଧ୍ୟରୁ ଅନ୍ୟତମ ତିରୁପତି ମନ୍ଦିରରେ ମିଳୁଥିବା ଲଡୁରେ ମାଛ ତେଲ ଏବଂ ପଶୁ ଚର୍ବି ମିଶିବା ସ୍ପଷ୍ଟ ହେବ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି।
ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ଏହାରି ଭିତରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ତିରୁପତି ଲଡ଼ୁ ସହ ଜଡିତ ବିବାଦ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କଡା ତଥା ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ।

ସୋଶାଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିବା ଉଚିତ। ଏଥିସହ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ଉଚିତ। ସେ କହିଛନ୍ତି ଯେ ' ହିନ୍ଦୁମାନଙ୍କ ବିଶ୍ୱାସ ଏବଂ ଆସ୍ଥା ଉପରେ ସିଧାସଳଖ ଆକ୍ରମଣ ହୋଇଛି, ଏହାକୁ ବରଦାସ୍ତ କରାଯିବ ନାହିଁ।'
ଅନ୍ୟପଟେ ସଫେଇ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୂଲ। ତେବେ ଅମୂଲ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ କେବେ ବି ଘିଅ ଦିଆଯାଇ ନାହିଁ। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ବିଷୟରେ ପୋଷ୍ଟ କରିବା ପରେ ଅମୁଲ୍ ଡଟ୍.କମ୍ ଟ୍ୱିଟ୍ କରି ଏକ ବିବୃତ୍ତି ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଛି। ଯେଉଁଥିରେ ଅମୂଲ ତିରୁପତି ମନ୍ଦିରକୁ କେବେ ବି ଘିଅ ଯୋଗାଇ ନାହିଁ ବୋଲି ସେ କହିଛି।
ଅମୂଲ କମ୍ପାନୀ କହିଛି ଯେ, 'ଆମେ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଅମୂଲ ଘିଅ ଆମ ଅତ୍ୟାଧୁନିକ ଉତ୍ପାଦନ କାରଖାନାରେ କ୍ଷୀରରୁ ତିଆରି, ଯାହା ଆଇଏସଓ ସାର୍ଟିଫିକେଟ୍ ପ୍ରାପ୍ତ। ଅମୂଲ ଘିଅ ଉଚ୍ଚମାନର ଶୁଦ୍ଧ କ୍ଷୀର ଚର୍ବିରୁ ତିଆରି। ଆମର ସମସ୍ତ ପ୍ରଡକ୍ଟ FSSAI ଦ୍ୱାରା ନିର୍ଦ୍ଦିଷ୍ଟ କଠୋର ଗୁଣାତ୍ମକ ଯାଞ୍ଚ ପରୀକ୍ଷା ଦେଇ ଗତି କରେ। ଏଠି ଗ୍ରୀନ୍ ସିଗ୍ନାଲ ମିଳିବା ପରେ ହିଁ ଆମର ସମସ୍ତ ପ୍ରଡକ୍ଟ ମାର୍କେଟ୍କୁ ଯାଏ। ଏହି ସ୍ପଷ୍ଟୀକରଣର ଉଦ୍ଦେଶ୍ୟ ହେଉଛି ଅମୂଲ ବିରୋଧରେ ଭୁଲ ତଥ୍ୟ ପ୍ରଚାରିତ ବନ୍ଦ କରିବା ।'












Click it and Unblock the Notifications