Get Updates
Get notified of breaking news, exclusive insights, and must-see stories!

ତିରୁପତି ଲଡୁ ବିବାଦ ମାମଲ: FSSAI କରିବ ଯାଞ୍ଚ

Tirupati Laddu Row: ତିରୁପତି ମନ୍ଦିର ପ୍ରସାଦ ଭାବେ ଦିଆଯାଉଥିବା ଲଡୁରେ ପଶୁ ଚର୍ବି ମିଶୁଛି, ଏପରି ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଯାହା ପରେ ସାରା ଦେଶରେ ସରଗରମ ହୋଇଛି ରାଜନୀତି । ତେବେ ଲ୍ୟାବ ରିପୋର୍ଟ ଅନୁସାରେ, ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି, ମାଛ ତେଲ ଆଦି ମିଶୁଥିବା ନେଇ ସ୍ପଷ୍ଟ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

Tirupati Laddu Row

ତିରୁପତି ପ୍ରସାଦ ବିବାଦକୁ ନେଇ ସେ କହିଛନ୍ତି, "ଆଜି ମୁଁ ନିଜେ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛି। ମୁଁ ତାଙ୍କଠାରୁ ରିପୋର୍ଟ ମାଗିଛି । ଆମେ ସେଗୁଡିକର ଅନୁସନ୍ଧାନ କରିବୁ। FSSAI ଏହାର ଯାଞ୍ଚ କରିବ। ଆମେ ରାଜ୍ୟ ସରକାରଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ । ମୋଦି ସରକାରଙ୍କ 100 ଦିନ ପୂରଣ ହେବାପରେ ତାଙ୍କ ମନ୍ତ୍ରଣାଳୟର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେବାବେଳେ ସେ ଏହି ବିବୃତ୍ତି ଦେଇଛନ୍ତି।

ସୂଚନାଥାଉ ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବ ଜଗନ୍ ମୋହନ ସରକାର ତିରୁପତି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରଣ କରିଥିବା ନେଇ ଅଭିଯୋଗ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ YSRCP ସରକରା ଦଳର ନେତାମାନେ ତିରୁମାଲାର ପବିତ୍ରତାକୁ ଅପବିତ୍ର କରିଛନ୍ତି ।

ସେହିପରି ଡେପୁଟି ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ କହିଛନ୍ତି ଯେ ତିରୁପତି ବାଲାଜୀ ପ୍ରସାଦରେ ପଶୁ ଚର୍ବି (ମାଛ ତେଲ, ଘୁଷୁରୀ ଚର୍ବି ଏବଂ ଗୋମାଂସ ଚର୍ବି) ମିଶ୍ରିତ ହୋଇଥିବାରୁ ଖବର ଆମ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ତତ୍କାଳୀନ YSRCP ସରକାର ଟିଟିଡି ଦ୍ୱାରା ଗଠିତ ବୋର୍ଡ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ, କିନ୍ତୁ ଏହା ମନ୍ଦିରଗୁଡିକର ଅପମାନ ଏବଂ ଅନ୍ୟାନ୍ୟ ଧାର୍ମିକ ପ୍ରଥା ସହିତ ଜଡିତ ଅନେକ ପ୍ରସଙ୍ଗକୁ ଆଲୋକିତ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+