Tirupati laddu: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ବଣ୍ଟା ଯାଇଥିଲା ତିରୁପତି ଲଡ଼ୁ
Tirupati laddu: ତିରୁପତି ମନ୍ଦିର ପ୍ରସାଦକୁ ନେଇ ଜାରି ରହିଛି ବିବାଦ ।ଏହାରି ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ତିରୁପତି ଲଡୁ ଯାଇଥିଲା ବୋଲି ସୂଚନା ମିଳିଛି। ତିରୁପତି ମନ୍ଦିରର ଲଡୁକୁ ନେଇ ବିବାଦ ଉପୁଜିଥିବା ବେଳେ ଏବେ ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ସେ କହିଛନ୍ତି ଯେ ଚଳିତବର୍ଷ ଜାନୁଆରି ୨୨ ତାରିଖରେ ହୋଇଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ତିରୁପତି ମନ୍ଦିରର ଲଡୁ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯାଇଥିଲା।
ଆନ୍ଧ୍ରପ୍ରଦେଶର ପ୍ରଖ୍ୟାତ ମନ୍ଦିରର ଲଡୁରେ ପଶୁ ଚର୍ବି ମିଶୁଛି ବୋଲି ଅଭିଯୋଗ ହୋଇ ବିବାଦ ଉପୁଜିବା ପରେ ମୁଖ୍ୟ ପୁରୋହିତଙ୍କର ଏପରି ମନ୍ତବ୍ୟ ଏବେ ଏହି ଘଟଣାର ତଦନ୍ତ ଦାବି କରିଛି। ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏହା କହିଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରର ଲଡ଼ୁ ବଣ୍ଟନ ହୋଇଥିବା ସେ କହିଛନ୍ତି।
ତିରୁପତି ମନ୍ଦିର ଲଡ଼ୁରେ ମାଛ ତେଲ ଓ ପଶୁ ଚର୍ବି ମିଶୁଥିବା ଉପରେ ପ୍ରତିକ୍ରିୟା ରଖି ଆଚାର୍ଯ୍ୟ ଦାସ କହିଛନ୍ତି, "ଏହା ସାଙ୍ଘାତିକ ଷଡ଼ଯନ୍ତ୍ର। ତିରୁପତିରୁ କେତେ ଲଡ଼ୁ ରାମ ମନ୍ଦିରକୁ ଆସିଥିଲା ମୁଁ ଜାଣି ନାହିଁ। ମନ୍ଦିର ଟ୍ରଷ୍ଟ ହୁଏତ ଏ ବାବଦରେ ଜାଣିଥିବେ। କିନ୍ତୁ ଯେତେ ବି ଲଡ଼ୁ ଆସୁ, ଅନେକ ଭକ୍ତଙ୍କୁ ଏହା ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା।"

ପ୍ରକାଶ ଥାଉକି, କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ମଧ୍ୟରୁ ଅନ୍ୟତମ ତିରୁପତି ମନ୍ଦିରରେ ମିଳୁଥିବା ଲଡୁରେ ମାଛ ତେଲ ଏବଂ ପଶୁ ଚର୍ବି ମିଶିବା ସ୍ପଷ୍ଟ ହେବ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଲଡୁର ଲ୍ୟାବ ପରୀକ୍ଷଣରୁ ଜଣାପଡ଼ିଛି ଯେ ଏଥିରେ ଗାଈ, ଘୁଷୁରିର ଚର୍ବି ଏବଂ ମାଛ ତେଲ ରହିଛି । ଏହି ରିପୋର୍ଟ ଆନ୍ଧ୍ର ପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହା ବ୍ୟତୀତ ତିରୁପତି ପ୍ରସାଦର ଶୁଦ୍ଧତା ସହ ସାଲିସ୍ କରି କିପରି କୋଟି କୋଟି ହିନ୍ଦୁଙ୍କ ସହ ଆସ୍ଥାକୁ ଆଘାତ ପହଞ୍ଚାଯାଇଛି ତାକୁ ନେଇ ଚର୍ଚ୍ଚା ଚାଲିଛି ।












Click it and Unblock the Notifications