Get Updates
Get notified of breaking news, exclusive insights, and must-see stories!

ତିରୁପତିସ୍ଥିତ ଇସ୍କନ୍ ମନ୍ଦିରକୁ ବୋମା ଧମକ

Tirupati ISKCON Temple Gets Bomb Threat: ତିରୁପତିସ୍ଥିତ ଇସ୍କନ୍ ମନ୍ଦିରକୁ ବୋମାରେ ଉଡାଇବାର ମିଳିଲା ଧମକ । ରବିବାର ଇମେଲ ମାଧ୍ୟମରେ ଏହି ଧମକ ମିଳିଥିବା ନେଇ ସୂଚନା ରହିଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ଅନୁସାରେ, ଆଇଏସଆଇଏସ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇବା ପାଇଁ ଧମକ ଦେଇଛନ୍ତି ।

Tirupati ISKCON

ସୂଚନା ପାଇବା ମାତ୍ରେ ତିରୁପତି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ଦିରରେ ପରିସରରେ ଯାଞ୍ଚ ଆରମ୍ଭ ହୋଇଯାଇଛି । ବିସ୍ଫୋରକ ସାମଗ୍ରୀର ତଦନ୍ତ ପାଇଁ ସ୍ଥାନୀୟ ପୋଲିସ ବୋମା ନିଷ୍କାସନ ସ୍କ୍ୱାଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ହେଲେ ମନ୍ଦିର ପରିସରରୁ କୌଣସି ବିସ୍ଫୋରକ କିମ୍ବା ଅନ୍ୟ କୌଣସି ଆପତ୍ତିଜନକ ମିଳି ନାହିଁ ।

ସର୍କଲ ଇନ୍ସପେକ୍ଟର ଶ୍ରୀନିବାସୁଲୁ କହିଛନ୍ତି ଯେଉଁମାନେ ଏପରି ଧମକ ଦେଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଜାରି ରହିଛି । ତେବେ ଏହା ଏକ ନକଲି ମେଲ ବୋଲି ପୋଲିସ ସନ୍ଦେହ କରୁଛି। ଗତ ତିନି ଦିନ ମଧ୍ୟରେ ଏହା ତିରୁପତିସ୍ଥିତ ମନ୍ଦିରକୁ ମେଳିଥିବା ଚତୁର୍ଥ ନକଲି ମେଲ୍ ।ପୂର୍ବରୁ ଏକ ଇମେଲରେ ମଧ୍ୟ ମନ୍ଦିରକୁ ବୋମାରେ ଉଡାଇବାରେ ଧମକ ମିଳିଥିଲା ।

ଏହାପୂର୍ବରୁ ଶନିବାର ଦିନ ଦୁଇଟି ହୋଟେଲକୁ ମଧ୍ୟ ବୋମା ଧମକ ମିଳିଥିଲା ଏହା ମଧ୍ୟ ଏକ ଗୁଜବ ବୋଲି ସୂଚନା ରହିଥିଲା । ଏହି ଘଟଣା ପୂର୍ବରୁ ମଧ୍ୟ ସହରର ଅନ୍ୟ ତିନୋଟି ହୋଟେଲରେ ବୋମା ଧମକ ଦିଆଯାଇଥିଲା। ଲଗାତାର ଧମକ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+