ୟୁପିଏସସି ଆଶାୟୀଙ୍କ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଟିପ୍ସ
ୟୁପିଏସସି 2009 ବ୍ୟାଚର ଛତିଶଗଡ କ୍ୟାଡର ଅଧିକାରୀ ଅବନୀଶ ଶରଣ ନିଜ ଟ୍ବିଟର ହ୍ୟାଣ୍ଡେଲରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କିଛି ଟିପ୍ସ ଲେଖି ସେୟାର କରିଛନ୍ତି ।
ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା (ୟୁପିଏସସି) ଭାରତର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ ଅନ୍ୟତମ । ଏହି ପରୀକ୍ଷାରେ ସଫଳ ହେବା ପାଇଁ ଛାତ୍ରମାନେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ଏହି ପରୀକ୍ଷା ଦେଇଥାନ୍ତି । ସେମାନଙ୍କ ମଧ୍ୟରୁ ଖୁବ କମ ଏଥିରେ ସଫଳ ହୋଇଥାନ୍ତି । ତେବେ ଏଥିରେ ସଫଳ ହେବା ପାଇଁ ଆଇଏଏସ ଅଧିକାରୀ ଅବନୀଶ ଶରଣ ଦେଇଛନ୍ତି 5ଟି ଟିପ୍ସ ।
ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଟିପ୍ସ ...


ୟୁପିଏସସି ମେନ୍ସ ଦେବା ସମୟରେ ଏହି ସବୁ ଜିନିଷରେ ଦିଅନ୍ତୁ ଧ୍ୟାନ:
ଅବନୀଶଙ୍କର ଏହି ଟ୍ହିଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ୟୁପିଏସସି ମେନ୍ସରେ ସଫଳ ହେବା ପାଇଁ ଆପଣ ସିଲାବସକୁ ବାରମ୍ବାର ଦେଖନ୍ତୁ, କେବଳ ମାନକ ପୁସ୍ତକ ପଢନ୍ତୁ, ପାଖାପାଖି 10 ବର୍ଷ ପୁରୁଣା ପ୍ରଶ୍ନପତ୍ର ଦେଖନ୍ତୁ, ଆପଣ ଯେତିକି ସମୟ ପଢୁଛନ୍ତି ତାହାର ଦୁଇ ଗୁଣ ଲେଖିବାରେ ଅତିବାହିତ କରନ୍ତୁ । ନିଜର ହସ୍ତାକ୍ଷର ପ୍ରତି ଧ୍ୟାନ ଦିଅନ୍ତୁ। ଯାହା କିଛି ଲେଖୁଛନ୍ତି ତାହା ସଂପୂର୍ଣ୍ଣ ନିର୍ଭୁଲ ଭାବେ ଲେଖନ୍ତୁ । ନଚେତ ଏହା ଆପଣଙ୍କୁ ଅସୁବିଧାରେ ପକେଇ ପାରେ ।
କ୍ୟାରିଅର ଚୟନ ସମୟରେ ରଖନ୍ତୁ ନଜର :
ଅବନୀଶ ତାଙ୍କର ଅନ୍ୟ ଏକ ଟ୍ବିଟରେ କହିଛନ୍ତି, କ୍ୟାରିଅର ଚୟନ ବେଳେ ନିଜର ଯୋଗ୍ୟତା ଉପରେ ଧ୍ୟାନ ଦେବା ଉଚିତ, କୌଣସି ଜିନିଷ ସ୍ଥିର କରିବା ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଅନ୍ତୁ, ବିଭିନ୍ନ ବିଷୟରେ ପଢିବା ସହିତ କେଉଁ ଚାକିରୀରେ କେତେ ବେତନ ମିଳୁଛି ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ।












Click it and Unblock the Notifications