ତେଲେଙ୍ଗାନାରେ ବର୍ତ୍ତମାନ ଲୋକସଭା ନିର୍ବାଚନ ହେଲେ କ'ଣ ରହିବ ବିଆରଏସ୍ ସ୍ଥିତି
Times Now-ETG Survey: 2024 ଲୋକସଭା ନିର୍ବାଚନ ପାଇଁ ରଜନୈତିକ ମାହୋଲ ସରଗରମ । ପ୍ରତ୍ୟେକ ଦଳ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛି । ତେଲେଙ୍ଗାନାରେ ମଧ୍ୟ ନିର୍ବାଚନକୁ ନେଇ ଉତ୍ସାହର ମାହୋଲ । ତେବେ ଯଦି ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ ହୁଏ, ତେବେ ତେଲେଙ୍ଗାନାରେ ଦଳର ସ୍ଥିତି କ'ଣ ହେବ? ଟାଇମ୍ସ ନାଉ-ଏଟିଜି ଏ ସମ୍ପର୍କରେ ଏକ ସର୍ଭେ କରିଛି।
ଯେଉଁଥିରେ ଏକ ଆଶ୍ଚର୍ଯ୍ୟଜନକ ଆକଳନ ପ୍ରକାଶ ପାଇଛି । ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ହୁଏ, ତେବେ ବିଆରଏସକୁ ତେଲେଙ୍ଗାନାରେ ଏକ ବଡ଼ ସଫଳତା ମିଳିବ ଏବଂ ଅନେକ ଆସନ ପାଇବାର ସମ୍ଭାବନା ରହିଛି । ସର୍ଭେ ଅନୁସାରେ, BRS 38.40 ପ୍ରତିଶତ ଭୋଟ୍ ପାଇବ ଯାହା ଅନୁଯାୟୀ 17 ଟି ଲୋକସଭା ଆସନ ମଧ୍ୟରୁ 9 ରୁ 11 ଟି ସିଟ୍ ଜିତିପାରେ ।

ସେହିପରି ବିଆରଏସକୁ ଉଚ୍ଛେଦ କରିବାକୁ ଦାବି କରୁଥିବା କଂଗ୍ରେସକୁ 29 ପ୍ରତିଶତ ଭୋଟ୍ ପାଇବ ଏବଂ ବିଜେପି 28.30 ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି। ଯାହାର ଅର୍ଥ ହେଉଛି କଂଗ୍ରେସ ମାତ୍ର 3-4 ଟି ସିଟ୍ ଏବଂ ବିଜେପି ମାତ୍ର 2-3 ଟି ସିଟ୍ ପାଇପାରିବ। ସେହିପରି AIMIMକୁ 7 ପ୍ରତିଶତ ଭୋଟ୍ ମିଳିବ । ଅର୍ଥାତ୍ କେବଳ ଗୋଟିଏ ସିଟ୍ AIMIM ଖାତାରେ ରହିବ ।
2019 ମସିହାର ରିପୋର୍ଟ ଅନୁସାରେ, ବିଆରଏସ ପାଖରେ 9 ଟି ଲୋକସଭା ଆସନ, ବିଜେପି ପାଖରେ 4 ଟି ଆସନ, କଂଗ୍ରେସ ପାଖରେ 3 ଟି ଏବଂ AIMIM ପାଖରେ 1 ଟି ଲୋକସଭା ଆସନ ରହିବ, ଟାଇମ୍ସ ନାଉର ବର୍ତ୍ତମାନ ସର୍ଭେରେ କିଛି ଅଧିତ ଫରକ ଦେଖିବା ପାଇଁ ମିଳିନାହିଁ ।












Click it and Unblock the Notifications