'ସମୟ ବଦଳିଗଲା, ଶାସକ ବଦଳିଗଲେ, କିନ୍ତୁ କେବେ ବି ଟଳିଲା ନାହିଁ ଲୋକଙ୍କ ବିଶ୍ୱାସ'
ଶ୍ରୀରାମ ମନ୍ଦିର ଚୂଡାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର 'ଶିଖର'ରେ ଆନୁଷ୍ଠାନିକ ଭାବରେ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେବା ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉତ୍ସାହ ଏବଂ ଆତ୍ମବିଶ୍ୱାସ ଭରପୁର ମାତ୍ରାରେ ଥିଲା ।ସେ କହିଛନ୍ତି ଯେ ରାମ ମନ୍ଦିର ଉପରେ ଉଡ଼ୁଥିବା ଧର୍ମର ପତାକା ଏକ ନୂତନ, ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତର ପ୍ରତୀକ।

ପାଞ୍ଚଶହ ବର୍ଷ ବିତିଗଲା, ସମୟ ବଦଳିଗଲା, ଶାସକ ବଦଳିଗଲେ, କିନ୍ତୁ ଲୋକଙ୍କ ବିଶ୍ୱାସ କେବେ ବି ଟଳିଲା ନାହିଁ । ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନେତୃତ୍ୱରେ ସଂକଳ୍ପ ଆଗକୁ ବଢ଼ିଲା, ସେତେବେଳେ ସାରା ଦେଶରେ ଗୋଟିଏ ସ୍ଲୋଗାନ ପ୍ରତିଧ୍ୱନିତ ହୋଇଥିଲା "ରାମ ଲଲ୍ଲା, ଆମେ ଆସିବୁ, ଆମେ ସେଠାରେ ମନ୍ଦିର ନିର୍ମାଣ କରିବୁ।












Click it and Unblock the Notifications