Pahalgam Terror Attack:ଏବେ ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ ପିଓକେ ଆଣିବାର ସମୟ ଆସିଛି:
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବର୍ତ୍ତମାନ ସମସ୍ତ ବିରୋଧୀ ନେତା କେନ୍ଦ୍ର ସରକାରଙ୍କୁ ଯୁଦ୍ଧ ପାଇଁ ଉସ୍କାଉଛନ୍ତି। ଏଥିରେ ଟିଏମ୍ସି ଜୋର୍ସୋର୍ରେ ଲାଗି ପଡ଼ିଛି। ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାର ସମୟ ଆସିଯାଇଛି। ପଡ଼ୋଶୀ ଦେଶ ଦ୍ୱାରା ଅଧିକୃତ କାଶ୍ମୀରର ଅଂଶକୁ ହାସଲ କରିବାର ସମୟ ଆସି ଯାଇଛି ବୋଲି ଅଭିଷେକ ବାନାର୍ଜୀ କହିଛନ୍ତି।

ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି , ଏବେ ସମୟ ଆସିଛି ଯେ ଆମେ ଏପରି ଛୋଟ ରାଜନୀତିରୁ ଉପରକୁ ଉଠି ଏହି ପ୍ରସଙ୍ଗକୁ ନିର୍ଣ୍ଣାୟକ ଭାବରେ ସାମ୍ନା କରିବା। ଏହା ପାକିସ୍ତାନକୁ ଅଧିକ ସର୍ଜିକାଲ୍ ଷ୍ଟ୍ରାଇକ୍ କିମ୍ବା ପ୍ରତୀକାତ୍ମକ ଧମକ ଦେବାର ସମୟ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ପାକିସ୍ତାନକୁ ସେହି ଭାଷାରେ ଶିକ୍ଷା ଦେବାର ସମୟ ଆସିଛି ଯାହାକୁ ସେମାନେ ବୁଝନ୍ତି। ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଏବେ ପାକ୍ ଅଧିକୃତ କାଶ୍ମୀର (POK)କୁ ଫେରି ପାଇବାର ସମୟ ଆସିଛି।












Click it and Unblock the Notifications