ସକାଳ ୯ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ୧୧.୧୩ ଏବଂ ଛତିଶଗଢରେ ୫.୭୧ ପ୍ରତିଶତ ମତଦାନ ହୋଇଛି
Chattisgarh and Madhya Pradesh Election: ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଛତିଶଗଡରେ ନଭେମ୍ବର 7 ରେ ପ୍ରଥମ ପର୍ଯ୍ୟାୟରେ 20ଟି ଆସନ ପାଇଁ ଭୋଟ୍ ଗ୍ରହଣ ସରିଛି ଏବଂ ଆଜି ଦ୍ୱିତୀୟ ପର୍ଯ୍ୟାୟରେ 70ଟି ଆସନ ପାଇଁ ଭୋଟିଂ ଜାରି ରହିଛି । ଡିସେମ୍ବର 3ରେ ଉଭୟ ରାଜ୍ୟ ପାଇଁ ଭୋଟ୍ ଗଣନା କରାଯିବ। ଭୋଟ୍ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
#WATCH | Bhopal: Madhya Pradesh elections | State BJP president VD Sharma says, "I have used my voting power. I would appeal to voters of MP for the development of the state and benefit of the poor...to cast their vote as much as possible and play their role in ensuring the… pic.twitter.com/i3Ty4uUZam
— ANI (@ANI) November 17, 2023
ମଧ୍ୟପ୍ରଦେଶର ବିଜେପି ସଭାପତି ଭି.ଡି ଶର୍ମା କହିଛନ୍ତି, 'ମୁଁ ନିବେଦନ କରୁଛି ଯେ ଲୋକମାନେ ସର୍ବାଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ, ଏଥର ପ୍ରତ୍ୟେକ ବୁଥରେ ଜିତିବା ଆମର ସଂକଳ୍ପ।' ମଧ୍ୟପ୍ରଦେଶର ଡିଣ୍ଡୋରିରେ ସକାଳ 9 ଟା ପର୍ଯ୍ୟନ୍ତ 12.93 ପ୍ରତିଶତ ଭୋଟିଂ ଏବଂ ଶାହପୁରାରେ 7.57 ପ୍ରତିଶତ ଭୋଟିଂ, ରାଜ୍ୟର ସମସ୍ତ 230ଟି ଆସନ ପାଇଁ ଭୋଟିଂ ଜାରି ରହିଛି ।

ସେହିପରି ଛତିଶଗଡରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଜାରି ରହିଛି, ସକାଳ 9 ଟା ପର୍ଯ୍ୟନ୍ତ 5.71 ପ୍ରତିଶତ ଭୋଟିଂ ହୋଇଛି । ସକାଳ 9ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ 230ଟି ଆସନରେ 11.13 ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ରହିଛି । କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି ।












Click it and Unblock the Notifications