ଚାରଧାମ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା , ୬ ହଜାର ପୁଲିସକର୍ମୀ ନିୟୋଜିତ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷାକୁ ନଜରରେ ରଖି ଉତ୍ତରାଖଣ୍ଡରେ ଆରମ୍ଭ ହେଉଥିବା ଚାରଧାମ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରା ମାର୍ଗରେ ପ୍ରାୟ ୬ ହଜାର ପୁଲିସକର୍ମୀ, ୧୭ କମ୍ପାନୀ ସଶସ୍ତ୍ର ବାହିନୀ ଓ ୧୦ କମ୍ପାନୀ ଅର୍ଦ୍ଧସୈନିକ ବଳ ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ଟ୍ରାଫିକକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଚେଷ୍ଟା କରାଯିବ ।

Dham Yatra

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆସନ୍ତାକାଲି ଠାରୁ ଉତ୍ତରାଖଣ୍ଡର ଚାର ଧାମ ଯାତ୍ରା ଆରମ୍ଭ ହେବ। ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିରର କବାଟ ଖୋଲିବା ସହ ଯାତ୍ରା ଆରମ୍ଭ ହେବ। ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ମନ୍ଦିରର ଦ୍ୱାର ମେ' ୨ରେ ଖୋଲିବ ଏବଂ ଚମୋଲି ଜିଲ୍ଲାର ବଦ୍ରିନାଥ ଧାମର କବାଟ ମେ' ୪ରେ ଖୋଲିବ। ଚଳିତ ବର୍ଷ ଏହି ତୀର୍ଥଯାତ୍ରା ଅଧିକ ଦିବ୍ୟ ଓ ଭବ୍ୟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଚଳିତ ବର୍ଷ ଚାରଧାମ ଯାତ୍ରାରେ ରେକର୍ଡ ୬୦ ଲକ୍ଷ ଶ୍ରଦ୍ଧାଳୁ ଆସିବା ଆକଳନ କରାଯାଉଛି । ଗତ ବର୍ଷ ୪୮ ଲକ୍ଷ ଶ୍ରଦ୍ଧାଳୁ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+