ଏମିତି ଆସେ ମୃତ୍ୟୁ ; ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ, ୨ ଗୁରୁତର
ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୪ ସାଙ୍ଗଙ୍କ ଜୀବନ । ଗୋଟିଏ ସାଙ୍ଗର ପୋଲିସ ଚାକିରି ହୋଇଥିବା ଖୁସିରେ ପାର୍ଟି କରିବାକୁ ଯାଇଥିଲେ। ହେଲେ ଫେରିବାକୁ ଯାଇଥିବାବେଳେ ଅମ୍ବାଜୋଗାଇ ଠାରେ ମର୍ମନ୍ତୁଦ ଦୁର୍ଘଟଣାରେ ୪ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ ଆଜିମ ପଶାମିୟା ଶୈଖ ନାମକ ଷ୍ଟେଟ୍ ରିଜର୍ଭ ପୋଲିସ ଫୋର୍ସ ଚାକିରି ପାଇଁ ମନୋନିତ ହୋଇଥିଲେ । ଏହି ଖୁସିରେ ପାର୍ଟି କରିବା ପାଇଁ ସେ ଓ ତାଙ୍କର ସାଙ୍ଗମାନଙ୍କ ସହ ମିଶି ଯାଇଥିଲେ। ହେଲେ ଫେରିବାବେଳେ ସେମାନଙ୍କ କାର ଏକ ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ହେଲେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଦୁଇ ସାଙ୍ଗ ଆଜିମ ପଶାମିୟା ଶୈଖ ଓ ମୁବାରକ ସତ୍ତର ଶୈଖଙ୍କ ଅବସ୍ଥା ଏବେ ବି ଗୁରୁତର ଅଛି। ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ପୋଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।












Click it and Unblock the Notifications