ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ ୬ ଗୁରୁତର
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଫ୍ୟାକ୍ଟ୍ରିରେ ୯ ଜଣ କାର୍ଯ୍ୟରତ ଥିବା ବେଳେ ହଠାତ ଆଜି ଭୋର ପ୍ରାୟ ସାଢେ ୩ଟାରେ ଏହି ବିସ୍ଫୋରଣ ଘଟିଥିଲା । ଏନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଦିଲ୍ଲୀ ପୁଲିସର ସୂଚନାନୁସାରେ, ସେମାନେ ଆଜି ଭୋର ପ୍ରାୟ ୩.୩୫ ସମୟରେ ଏହି ଘଟଣା ସମ୍ପର୍କରେ ଏକ କଲ ପାଇଥିଲେ । ଏହି ଅଗ୍ନିକାଣ୍ଡ ଘଟିବା ପରେ ଚଉଦଟି ଅଗ୍ନିଶମ ବାହିନୀକୁ ସେବାରେ ନିୟୋଜିତ କରାଯାଇଛି । ଅପରେସନ୍ ଏବେ ମଧ୍ୟ ଜାରି ରହିଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ୍) ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ।
ନିଆଁ ପାଖାପାଖ ବିଲ୍ଡିଂକୁ ବ୍ୟାପିବା ଆଶଙ୍କାରେ ତୁରନ୍ତ ସେସବୁ ସ୍ଥାନକୁ ଖାଲି କରି ଦିଆଯାଇଛି । ନିଆଁ ଧାସରୁ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୬ ଗୁରୁତରଙ୍କୁ ପାଖ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ଅଛି । ଫ୍ୟାକ୍ଟି ରେ ଲାଗିଥିବା ପାଇପରୁ ଗ୍ୟାସ ଲିକ୍ ହୋଇ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications