ଆନ୍ଧ୍ରପ୍ରଦେଶର ତିନି ବରିଷ୍ଠ ଆଇପିଏସ ଅଫିସର ସସପେଣ୍ଡ, ଜାଣନ୍ତୁ କାରଣ
ଆନ୍ଧ୍ରପ୍ରଦେଶର ତିନି ଜଣ ବରିଷ୍ଠ ଆଇପିଏସ ଅଫିସର ସସପେଣ୍ଡ। ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ତିନି ଉଚ୍ଚ ପଦସ୍ତ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ପୁଲିସଙ୍କ ମଧ୍ୟରେ ଜଣେ ଡାଇରେକ୍ଟର-ଜେନେରାଲ ରାଙ୍କ, ଅନ୍ୟ ଜଣେ ଇନ୍ସପେକ୍ଟର ଜେନେରାଲ୍ ଏବଂ ଅନ୍ୟଜଣେ ଏସପି ରାଙ୍କର ଅଧିକାରୀ ଅଛନ୍ତି।

ସେମାନେ ହେଉଛନ୍ତି- ପି ଏସ୍ ଆର ଅଞ୍ଜାନେଇଲୁ (ଡିଜି ରାଙ୍କ), କାନ୍ତୀ ରାଣା ଟାଟା (ଆଇଜି ରାଙ୍କ୍) ଏବଂ ବିଶାଲ ଗୁନି (ଏସପି ରାଙ୍କ୍)। ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୂଚନା ଅନୁସାରେ, ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ, ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଆନ୍ଧ୍ରପ୍ରଦେଶ ପୁଲିସ ତାଙ୍କୁ ହଇରାଣ କରିଥିଲା। YSR କଂଗ୍ରେସର ଜଣେ ନେତା ଜମି ବିବାଦକୁ ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଫଳରେ ଆନ୍ଧ୍ର ପୁଲିସ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ଗିରଫ କରିଥିଲା।
ସେ ମୁମ୍ବାଇର ଏକ ନିଗମର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ପୂର୍ବରୁ ଏକ ଅଭିଯୋଗ ଦାଖଲ କରିଥିଲେ। ଯଦି ଏହି ମାମଲା ପ୍ରତ୍ୟାହାର ନକରନ୍ତି, ତେବେ ତାଙ୍କୁ ଭୟଙ୍କର ପରିଣାମର ସାମ୍ନା କରିବାକୁ ପଡିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ କରିଥିଲେ।












Click it and Unblock the Notifications