ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଏକାଠି ହେଲେ ତିନି ଦଳ , ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ମହାରାଷ୍ଟ୍ରରେ ଛିଡ଼ିଲ ଆସନ ବିବାଦ । ଲଗାତାର ଆଲୋଚନା ପରେ ସାଧାରଣ ନିର୍ବାଚନ ଲାଗି ସିଟ ଭାଗବଣ୍ଟା ନିଷ୍ପତ୍ତି ଶେଷ ହୋଇଛି। ବିଜେପି, ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା ଏବଂ ଅଜିତ ପାୱାର ଗୋଷ୍ଠୀ ଏନସିପି ନେତା ବସି ଡିଲ୍ ଫାଇନାଲ କରିଛନ୍ତି । ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀକୁ ୪ ଆସନ ମିଳିଛି। ଅଜିତ ପାୱାର ଅଧିକ ଆସନ ଦାବି କରୁଥିବାବେଲେ ତାଙ୍କୁ ୪ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ବାରାମତି, ରାଇଗଡ଼, ଶିରୁର ଏବଂ ପରଭାନୀ ଆସନରୁ ଏନସିପି ଅଜିତ ପାୱାର ଗୋଷ୍ଠୀର ନେତା ଲଢିବେ। ବିଜେପି ମହାରାଷ୍ଟ୍ରରେ ୩୧ ଆସନରେ ଲଢିବ ।

Maharashtra

ସେହିପରି ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ବାକି ୧୩ ଆସନରେ ଲଢିବ। ମହାରାଷ୍ଟ୍ରର ବାରାମତି ଆସନ ଦଶନ୍ଧୀ ଧରି ପାୱାରଙ୍କ କବଜାରେ ରହି ଆସିଛି। ଏ ବର୍ଷ ଅଜିତ ପାୱାର ଏବଂ ଶରଦ ପାୱାର ଗୋଷ୍ଠୀର ନେତା ମଧ୍ୟରେ ଏହି ଆସନରେ ଲଢେଇ ହେବ। ଗୋଟିଏ ପରିବାରର ଦୁଇ ନେତାଙ୍କ ମଧ୍ୟରେ ହେବ ସଂଘର୍ଷ।

ବାରାମତି ଆସନରୁ ଏବେ ଅଜିତ ପାୱାରଙ୍କ ସମ୍ପର୍କୀୟ ସୁପ୍ରିୟା ସୁଲେ ସାଂସଦ ଅଛନ୍ତି। ଏହି ଆସନରୁ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ମହାରାଷ୍ଟ୍ରରେ ମୋଟ ୪୮ ଲୋକସଭା ଆସନ ରହିଛି। ଏଥିମଧ୍ୟରୁ ୧୩ ଆସନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ନିର୍ବାଚନ ଲଢିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+