ଏନକାଉଣ୍ଟରରେ ୩ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କରେଗେଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର। ଫଳରେ ୩ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀ ହେଲେ PLGA ବାଟାଲିୟନ ୧ ର ସଦସ୍ୟ ହୁଙ୍ଗି, ସିନ୍ଧୁ ଏବଂ ଶାନ୍ତି ତିନି ମହିଳା ମାଓବାଦୀ ନିହତ ହୋଇଛନ୍ତି। ତିନି ମାଓ ନେତ୍ରୀଙ୍କ ନାଁ ରେ 24 ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା।

ତେବେ ଏହି ଏନକାଉଣ୍ଟରରେ ସୁରକ୍ଷା ଯୋଜନା କର୍ମୀଙ୍କୁ ମିଳିଛି ବଡ଼ ସଫଳତା।ଏବେବି କରେଗେଟା ଜଙ୍ଗଲରେ ସୁରକ୍ଷା କର୍ମୀ ଦଶ ହଜାରରୁ ଉର୍ଦ୍ଧ୍ବ ମାଓବାଦୀଙ୍କୁ ଘେରି ରହି ଆମ୍ବୁସ ବିଛାଇ ମାଓବାଦୀଙ୍କ ସମ୍ପୂର୍ଣ୍ଣ ମୂଳପଛ ପାଇଁ ବଡ଼ ଧରଣର ଅପରେସନ ଜାରି ରଖିଛନ୍ତି। ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏସପିଙ୍କ ନିକଟରେ ୨୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ପୁର୍ବ ବସ୍ତର ଡିଭିଜନର ଭୈରମଗଡ଼ ଏରିଆ କମ୍ମିଟି ର ୨୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

encounter

ସେମାନଙ୍କ ନାଁ ରେ ଥିଲା ୨୮ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି। ଆସାମ, AOB ଡିଭିଜନ PLGA ସଦସ୍ୟ, ପାର୍ଟି ମେମ୍ବର ଭଳି ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁରକ୍ଷାକର୍ମୀଙ୍କ କଡା ସୁରକ୍ଷା ସହ ମାଓ ଦମନ ଅପରେସନ ଯୋଗୁଁ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ। ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ ମାଓବାଦୀଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗଇ ଦେବେ ବୋଲି ଛତିଶଗଡ଼ ପୋଲିସ ଏବଂ ସରକାର ପ୍ରତିଶ୍ରୁତି ଦେଇଇଥିବା କହିଛନ୍ତି ବିଜାପୁର SP ଜିତେନ୍ଦ୍ର ଚୌହାନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+