3 ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଯୋଗୁ ନକ୍ସଲ ଏବେ ଦୁର୍ବଳ ଓ ଭୟଭୀତ ହେଲେଣି। ଧିରେ ଧିରେ ସଂଗଠନ ଛାଡି ଛାମୁଆ ନେତାମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଥିବା ବେଳେ କିଛି ଗିରଫ ହେଲେଣି। ଏହି କ୍ରମରେ ସୁକମା ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ଅରନପାଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଛି ସନ୍ଦିଗ୍ଧ ଯବାନଙ୍କୁ ଦେଖି ଲୁଚିବା ଏବଂ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯବାନ ଜଙ୍ଗଲକୁ ଘେରି ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ।

ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନରେ ସକ୍ରିୟ ଭାବେ କାମ କରୁଥିବା ସ୍ବୀକାର କରିଥିଲେ।
ଅଧିକ ପଢ଼ନ୍ତୁ: ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକୋତ୍ସବ












Click it and Unblock the Notifications