Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଏନକାଉଣ୍ଟର : ଟଳିଲେ ୩ ମାଓବାଦୀ

ଛତିଶଗଡ଼ର କଙ୍କେର ଜିଲ୍ଲା ଚିନ୍ଦଖଡ଼କ ଗାଁ ନିକଟ ଜଙ୍ଗଲରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହା ସହିତ ଚଳିତ ବର୍ଷ ଏଯାବତ୍‌ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ନକ୍ସଲଙ୍କ ସଂଖ୍ୟା ୨୫୦ ଅତିକ୍ରମ କରିଛି।

କଙ୍କେର ଏସ୍‌ପି କହିଛନ୍ତି, ଚିନ୍ଦଖଡ଼କ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ନେଇ ଆମ ପାଖରେ ସୂଚନା ପହଞ୍ଚିଥିଲା। ତା'ପରେ କଙ୍କେର ଓ ଗରିୟାବନ୍ଦ ଜିଲ୍ଲାର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG)ର ମିଳିତ ଟିମ୍ ସହିତ ସୀମା ସୁରକ୍ଷା ବଳ (BSF)ର ଏକ ଟିମ୍‌କୁ ନେଇ ଅପରେସନ କରାଯାଇଥିଲା। ମୃତ ତିନି ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଘଟଣାସ୍ଥଳରୁ ଗୋଟିଏ ସେଲ୍ଫ ଲୋଡିଂ ରାଇଫଲ (SLR), ଗୋଟିଏ ଅଟୋମେଟିକ ୱିପନ୍‌, ଗୋଟିଏ .୩୦୩ ରାଇଫଲ ଓ ଏକ ୧୨ ବୋର୍ ଗନ୍ ଜବତ କରାଯାଇଛି। ମୃତ ନକ୍ସଲଙ୍କ ଉପରେ ମିଳିତ ଭାବେ ୧୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।

Encounter

ଆଜିର ଘଟଣାକୁ ମିଶାଇଲେ ଚଳିତ ବର୍ଷ ଏଯାବତ୍ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୫୨ ଜଣ ନକ୍ସଲ ନିହତ ହୋଇଛନ୍ତି। କେବଳ ବସ୍ତର ରିଜିଅନରୁ ୨୨୩ ଜଣ ନକ୍ସଲ ନିହତ ହୋଇଛନ୍ତି। କଙ୍କେର, ବସ୍ତର, କୋଣ୍ଡାଗାଁଓ, ବିଜାପୁର, ଦାନ୍ତେୱାଡା, ନାରାୟଣପୁର ଓ ସୁକମା ଜିଲ୍ଲାକୁ ନେଇ ବସ୍ତର ରିଜିଅନ ଗଠିତ ହୋଇଛି। ଗତ ବର୍ଷ ଛତିଶଗଡ଼ରେ ୨୧୯ ଜଣ ନକ୍ସଲ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ବସ୍ତର ରିଜିଅନରେ ୨୧୭ ଜଣ ନିହତ ହୋଇଥିଲେ। ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ରେ ୪୭୧ ଜଣ ନକ୍ସଲ ନିହତ ହୋଇଛନ୍ତି।

୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲମାନଙ୍କୁ ସଫା କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆହ୍ୱାନ ଦେଇଥିବା ବେଳେ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଯୋଜନାବଦ୍ଧ ଅପରେସନରେ ଟଳୁଛନ୍ତି ଜଣେ ପରେ ଜଣେ ନକ୍ସଲ। ତେବେ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ନକ୍ସଲ ହିଂସାରେ ରାଜ୍ୟରେ ୩୯ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୧୦୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+