Get Updates
Get notified of breaking news, exclusive insights, and must-see stories!

ଲୋନାଭଲା ହିଲ୍ ଷ୍ଟେସନ୍ ନିକଟରେ ସିରିଜ ଦୁର୍ଘଟଣା, ୩ ମୃତ

ଲୋନାଭଲା ହିଲ୍ ଷ୍ଟେସନ୍ ନିକଟରେ ଏକ ଟ୍ରକ ସିରିଜ ଦୁର୍ଘଟଣା ଘଟାଇବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହିତ ୧୨ ଜଣ ଆହତ ହୋଇଛନ୍ତି। ଘାଟି ରାସ୍ତାରେ ତଳକୁ ଓହ୍ଳାଉଥିବାବେଳେ ଟ୍ରକର ବ୍ରେକଫେଲ ହୋଇଥିଲା। ଫଳରେ ଏହା ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ ମୋଟ ୫ଟି ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ଗୋଟିଏ କାରରେ ଯାଉଥିବା ବାପଝିଅଙ୍କ ମୃତ୍ୟୁ ହୋଇଥିଲା।

ମହାରାଷ୍ଟ୍ରର ଲୋନାଭଲା ହିଲ୍ ଷ୍ଟେସନ୍ ନିକଟରେ ପୁରୁଣା ପୁଣେ-ମୁମ୍ବାଇ ରାଜପଥରେ ୫ଟି ଗାଡ଼ିକୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୧୨ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ଦୁର୍ଘଟାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ପୁଲିସ ପହଞ୍ଚି ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ଏହାସହିତ ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ।

road accident

ଘଟଣାଟି ରବିବାର ରାତି ୧୦.୨୦ ସମୟରେ ବୋର ଘାଟ ନିକଟ ବ୍ୟାଟେରୀ ହିଲ୍‌ରେ ଘଟିଥିଲା।ଘାଟି ତଳକୁ ଓହ୍ଲାଇବା ସମୟରେ ଟ୍ରକ୍‌ଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଏହା ପରେ ଏହା ହଠାତ୍ ଦ୍ରୁତଗତିରେ ଯାଇ ୫ଟି ଗାଡ଼ିକୁ ଧକ୍କା ଦେଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଲୋନାଭଲା ପୁଲିସ ଷ୍ଟେସନ୍‌ର ବରିଷ୍ଠ ଇନ୍ସପେକ୍ଟର ସୁହାସ ଜଗତାପ୍ କହିଛନ୍ତି ଯେଏହି ଦୁର୍ଘଟଣାରେ ଏକ କାରରେ ଯାଉଥିବା ଜଣେ ୧୦ ବର୍ଷୀୟା ଝିଅ ଏବଂ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି।

ଏହାସହିତ ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଏବଂ ସେଠାରେ ସେମାନଭ୍କ ଚିକିତ୍ସା ଜାରି ରହିଛି ବୋଲି ଶ୍ରୀ ଜଗତାପ ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+