କ୍ରାସ୍ ହେଲା ସାମୁଦ୍ରିକ ବିମାନ, ୩ ଗୁରୁତର

ଅଷ୍ଟ୍ରେଲିଆରେ କ୍ରାସ୍ ହେଲା ସାମୁଦ୍ରିକ ବିମାନ । ଅଷ୍ଟ୍ରେଲିଆର ଏକ ପର୍ଯ୍ୟଟନ ଦ୍ୱୀପ ନିକଟରେ ଏକ ସାମୁଦ୍ରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି । ମଙ୍ଗଳବାର ଅପରାହ୍ନରେ ରୋଟନେଷ୍ଟ ଦ୍ୱୀପରୁ ଟେକ୍ ଅଫ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ଦୁର୍ଘଟଣା ପରେ ସେସନା ୨୦୮ କାରଭାନରେ ଥିବା ୭ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ତାଙ୍କୁ କୌଣସି ଆଘାତ ଲାଗିନାହିଁ ।

କୁହାଯାଉଛି ଯେ ଶ୍ଵାନ୍ ନଦୀ ସିପ୍ଲେନର ମାଲିକାନାରେ ଥିବା ଏହି ବିମାନ ରୋଟନେଷ୍ଟ ଦ୍ୱୀପରୁ ୩୦ କିଲୋମିଟର ପୂର୍ବରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ପର୍ଥରେ ଥିବା ନିଜ ବେସକୁ ଫେରୁଥିବା ବେଳେ ଏହା କ୍ରାସ୍ ହୋଇଥିଲା । ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋ ଏବଂ ବିମାନ ଦୁର୍ଘଟଣା ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାସ୍ଥଳକୁ ବିଶେଷଜ୍ଞଙ୍କୁ ପଠାଯାଇଛି । ବ୍ୟୁରୋର ମୁଖ୍ୟ କମିଶନର ଏଙ୍ଗସ୍ ମିଶେଲ କହିଛନ୍ତି ଯେ ଟେକ୍ ଅଫ୍ ବେଳେ ସିପ୍ଲେନ୍ ପାଣି ଉପରେ ପଡ଼ିଯାଇଥିଲା ​​।

seaplane crashes

ଜଣେ ପର୍ଯ୍ୟଟକ ଗ୍ରେଗ କ୍ୱିନ୍ ଏହି ଦୁର୍ଘଟଣା ଦେଖିଥିବା କହିଛନ୍ତି । ସେ କହିଛନ୍ତି ଯେ ଆମେ ସିପ୍ଲେନକୁ ଉଡ଼ାଣ ଭରୁଥିବାର ଦେଖୁଥିଲୁ । ଏହା ଜଳ ଉପରେ ଅବତରଣ କରିବାକୁ ଯାଉଥିଲା ବେଳେ ହଠାତ୍ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅନେକ ଲୋକ ସେମାନଙ୍କ ଡଙ୍ଗାରେ ପାଣିକୁ ଯାଇଥିଲେ ଏବଂ ବହୁତ ଜଲଦି ସେଠାରେ ପହଞ୍ଚିଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+