ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଆସିଲା ଧମକ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜୀବନ ପ୍ରତି ରହିଛି ବିପଦ। ପାଟନାରେ ସିଏମ୍‌ ଅଫିସ୍‌କୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି।

nitish kumar

ଖବର ଅନୁଯାୟୀ, ଇମେଲ୍‌ ଜରିଆରେ ଏହି ଧମକ ମିଳିଛି। ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏକ ଇମେଲ ପଠାଇ ଏହି ଧମକ ଦିଆଯାଇଛି। ଏହାପରେ ବିହାର ପୁଲିସ ଏନେଇ ଏକ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ID [email protected] ରୁ ମେଲ ପଠାଇଥିଲେ। ସମ୍ପୃକ୍ତ ମେଲ ଆଇଡିର ସବିଶେଷ ତଥ୍ୟ ପୁଲିସ ତଦନ୍ତ କରୁଛି।

ସଚିବାଳୟ ପୁଲିସ୍ ଷ୍ଟେସନର ଏସ୍‌ଏଚ୍‌ଓ ସଞ୍ଜୀବ କୁମାରଙ୍କ ଅଭିଯୋଗ ଅଧାରରେ ମାମଲା ରୁଜୁ ହୋଇଛି। ପୁଲିସ୍‌ର ସୂଚନାନୁସାରେ, ଜୁଲାଇ ୧୬ରେ ସିଏମ୍‌ଓର ଅଫିସିଆଲ ମେଲ ଆଇଡିକୁ ଏକ ମେଲ ଆସିଥିଲା। ଏଥିରେ ସିଏମ୍‌ଓ ଅଫିସ୍‌କୁ ବୋମା ପକାଇ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଏଥିସହ ବିହାରର ସ୍ୱତନ୍ତ୍ର ପୁଲିସ୍ ମଧ୍ୟ ସେମାନଙ୍କ ପାଇଁ କିଛି କରିପାରିବ ନାହିଁ। ଏହାକୁ ନଜର ଆନ୍ଦାଜ ନ କରିବାକୁ ଇମେଲରେ କୁହାଯାଇଥିଲା। ଏହି ଧମକ ପାଇବା ପରେ ପୁଲିସ ସମ୍ପୃକ୍ତ ମେଲ ବିଷୟରେ ଜାଣିବା ଆରମ୍ଭ କରିଥିଲା।

ଏହାପୂର୍ବରୁ ପାଟନା ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ପରେ ଏହାର ସୁରକ୍ଷା ବୃଦ୍ଧି କରାଯାଇଥିଲା। ଏହି ଧମକ କେବଳ ଇ-ମେଲ ମାଧ୍ୟମରେ ପଠାଯାଇଥିଲା। ତେବେ ପରେ ଏହା ଏକ ଫେକ୍ ଧମକ ବୋଲି ଜଣାପଡ଼ିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+