ପୁଣି ଏୟାର ଇଣ୍ଡିଆ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଆସିଲା ଧମକ, ଦିଲ୍ଲୀରେ ଚାଲିଛି ତଦନ୍ତ
ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଅଧିକ ତଦନ୍ତ ଚାଲିଛି।

ଏୟାର ଇଣ୍ଡିଆ ବିମାନ AI 657 ୧୩୫ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିଲା। ସମସ୍ତଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି। ବିମାନକୁ ଅଲଗା ସ୍ଥାନରେ ରଖାଯାଇଛି।












Click it and Unblock the Notifications