ସିଏମ୍ ମାନଙ୍କୁ ହତ୍ୟା ଧମକ, ଖାଲିସ୍ତାନୀ ଆତଙ୍କବାଦୀ ଭିଡିଡ଼ ଜାରି କରି କହିଲେ...
ଚଣ୍ଡିଗଡ଼: ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତ ି । ଏକ ଭିଡିଓ ଜାରି କରି ସେ ପଞ୍ଜାବର ସିଏମ ଭଗବନ୍ତ ମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏହି ଭିଡିଓରେ ପନ୍ନୁ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି ।
ଏହା ସହ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ମାହୋଲ ନଷ୍ଟ କରିବାକୁ ଖାଲିସ୍ତାନୀ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ପଞ୍ଜାବ ପୋଲିସ ଦ୍ୱାରା କରାଯାଇଥିବା ସମସ୍ତ ପ୍ରୟାସକୁ ଭୁଲ ବୋଲି ଆତଙ୍କବାଦୀ କହିଛନ୍ତି । ବାସ୍ତବରେ ପଞ୍ଜାବରେ ହୋଇଥିବା ଏନକାଉଣ୍ଟରକୁ ନେଇ ପନ୍ନୁ ନିଜର ଅସନ୍ତୋଷ ବ୍ୟକ୍ତ କରିଛି ।

ସୂଚନାନୁସାରେ, ଖଲିସ୍ତାନ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ପଞ୍ଜାବ ସରାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ପନ୍ନୁ ସମେତ ଅନେକ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ହାମି ଭୟବିତ ହୋଇଛନ୍ତି । ସିଏମ୍ ଭଗବନ୍ତ ମାନଙ୍କୁ ଦିଆଯାଇଥିବା ଧମକ ଏହି ଭୟର ପରିଣାମ ଭାବରେ ଦେଖାଯାଉଛି ।
ପଞ୍ଜାବ ପୋଲିସ କ୍ରମାଗତ ଭାବରେ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ସମର୍ଥକଙ୍କ ଉପରେ ନଜର ରଖିଛି ଏବଂ ସେମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରୁଛି ଏବଂ କିଛି ଦିନ ହେବ ପୋଲିସ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିଏମ୍ ମାନଙ୍କୁ ହତ୍ୟା କରିବାକୁ ଧମକ ଦେବା ସହ ପନ୍ନୁ ଜାନୁଆରୀ ୨୬ର ମାହୋଲ ଖରାପ କରିବାକୁ ମଧ୍ୟ ଚେତାବନୀ ଦେଇଛି ।












Click it and Unblock the Notifications