ବିରୋଧୀ ଦଳ ନେତାଙ୍କ ପ୍ରତି ବିବାଦୀୟ ବୟାନ ଦେଲେ ଅନୁରାଗ, କହିଲେ ଯେଉଁମାନଙ୍କ ଜାତି.....
ନୂଆଦିଲ୍ଲୀ: ଲୋକସଭାରେ ବଜେଟକୁ ନେଇ ଆଲୋଚନା ଚାଲିଥିବା ବେଳେ ବିଜେପି ସାଂସଦ ଅନୁରାଗ ଠାକୁର ବିରୋଧୀ ଦଳ ନେତା ତଥା ରାହୁଲ ଗାନ୍ଧିଙ୍କୁ କରିଛନ୍ତି ଟାର୍ଗେଟ । ଆଜି ସାଂସଦରେ ରାହୁଲଙ୍କୁ ତାଙ୍କ ଜାତି ପଚାରିଥିଲେ ଅନୁରାଗ । ଅନୁରାଗ ଠାକୁର କହିଛନ୍ତି, ଯେଉଁମାନଙ୍କ ଜାତି ଜଣାନାହିଁ, ସେମାନେ ଜାତିଗତ ଜନଗଣନା କଥା କହୁଛନ୍ତି । ଅନୁରାଗଙ୍କ ଏପରି ବୟାନକୁ ନେଇ ଲୋକସଭାରେ ତୀବ୍ର ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ବେଞ୍ଚ ଅନୁରାଗ ଠାକୁରଙ୍କ ଏପରି ବୟାନକୁ ଜୋରଦାର ବିରୋଧ କରିଛନ୍ତି ।
ଅନୁରାଗ ଠାକୁରଙ୍କ ଏହି ବୟାନ ପରେ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ । ତେବେ ଅନୁରାଗ ଠାକୁର ନିଜ ଜବାବରେ କହିଛନ୍ତି ଯେ ସେ କାହାର ନାମ ନେଇନାହାନ୍ତି । ଅନୁରାଗ ଠାକୁରଙ୍କ ଏହି ବୟାନ ଜବାବରେ ରାହୁଲ ଗାନ୍ଧି କହିଛନ୍ତି ଯେ, ଏହି ଦେଶରେ ଯିଏ ଦଳିତ, ପଛୁଆ ଓ ଆଦିବାସୀଙ୍କ କଥା କହୁଛି, ତାକୁ ଗାଳି ଗୁଲଜ କରିବାକୁ ପଡ଼ିବ ।

ମୁଁ ଏହି ଗାଳିକୁ ଖୁସିରେ ଖାଇବି । ମହାଭାରତ ବିଷୟରେ କହିବାକୁ ଗଲେ ଅର୍ଜୁନ ଏକ ମାଛର ଆଖି ଦେଖୁଥିଲେ, ମୁଁ ମାଛର ଆଖି ମଧ୍ୟ ଦେଖିପାରୁଛି । ଆମେ ଜାତିଗତ ଜନଗଣନା କରିବୁ । ଅନୁରାଗ ଠାକୁର ମୋତେ ଗାଳି ଗୁଲଜ କରିଛନ୍ତି । ସେମାନେ ମୋତେ ଅପମାନିତ କରିଛନ୍ତି, କିନ୍ତୁ ମୁଁ ସେମାନଙ୍କ ଠାରୁ କ୍ଷମା ମାଗୁନାହିଁ । ମୁଁ ଏକ ଲଢ଼େଇ ଲଢୁଛି ଏବଂ ମୋତେ ତାଙ୍କଠାରୁ କୌଣସି କ୍ଷମା ଦରକାର ନାହିଁ ।
ରାହୁଲ ଦାବି କରିଛନ୍ତି ଯେ ଅନୁରାଗ ଠାକୁର ତାଙ୍କୁ ଦୁର୍ବ୍ୟବହାର ଓ ଅପମାନିତ କରିଛନ୍ତି । ତଥାପି ସେ ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଚାହୁଁନାହାନ୍ତି । କ୍ଷମା ମାଗିବାର ଆବଶ୍ୟକତା ତାଙ୍କର ନାହିଁ ବୋଲି ରାହୁଲ କହିଛନ୍ତି । ଏହି ପ୍ରସଙ୍ଗରେ ଅଖିଳେଶ ଯାଦବ କହିଛନ୍ତି ଯେ ଆପଣ ଜାତି କିପରି ପଚାରିପାରିବେ? ଆପଣ ଜାତି ପଚାରିପାରିବେ ନାହିଁ ।












Click it and Unblock the Notifications