ଚଳିତ ବର୍ଷ ବଜେଟ୍ରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାର ଲକ୍ଷ୍ୟ ରଖାଯାଇଛି ; ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟ୍ରେ କୃଷିକ୍ଷେତ୍ରକୁ ଅଧିକ ସୁଦୃଢ଼ ଓ ସମୃଦ୍ଧ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୃଷି ଓ ଗ୍ରାମୀଣ ସମୃଦ୍ଧି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରି ନରେନ୍ଦ୍ର ମୋଦୀ କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ହାସଲ ଦିଗରେ ଦେଶବାସୀଙ୍କ ସଂକଳ୍ପ ସ୍ପଷ୍ଟ ରହିଛି ।
ମିଳିତ ଭାବେ ଏହି ସ୍ୱପ୍ନକୁ ସାକାର କରିବାରେ ସମସ୍ତେ ପଦକ୍ଷେପ ଗ୍ରହଣ କରୁଛନ୍ତି। କୃଷିକୁ ବିକାଶର ପ୍ରଥମ ଇଞ୍ଜିନ୍ ଭାବେ ଗ୍ରହଣ କରି ସରକାର କୃଷକଙ୍କ ସମୃଦ୍ଧି ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ବଜେଟ୍ରେ 'ପିଏମ୍ ଧନ୍ୟ କୃଷି' ଯୋଜନା ଘୋଷଣା କରାଯାଇଛି।

ଏଥିରେ ଦେଶରେ ସର୍ବନିମ୍ନ କୃଷି ଉତ୍ପାଦକତା ଥିବା ୧୦୦ଟି ଜିଲ୍ଲାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। କୃଷି ଓ ଗ୍ରାମୀଣ କ୍ଷେତ୍ର ଲାଗି ବଜେଟ୍ ପ୍ରସ୍ତାବଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ରଣନୀତି ପ୍ରସ୍ତୁତ କରିବା ନେଇ ଏହି ୱେବିନାରରେ ମତ ବିନିମୟ ହୋଇଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ଏହି ୱେବିନାରରେ ଯୋଗ ଦେଇଥିଲେ ।












Click it and Unblock the Notifications