ସୋଶାଲ ମିଡିଆରେ ଭାଇରାଲ ଟାବଲେଟ ୱେଡିଂ କାର୍ଡ
ବିବାହ କାର୍ଡକୁ ଭିନ୍ନ ଢଙ୍ଗରେ ତିଆରି କରିବା ପାଇଁ ଚାହିଁଥିଲେ । ଶେଷରେ ଏହି ଟାବଲେଟ କାର୍ଡ ମଡେଲରେ ନିମନ୍ତ୍ରଣ କାର୍ଡ ତିଆରି କରିଥିଲେ ।
ଚେନ୍ନାଇ: ସୃଜନଶୀଳତାର କୌଣସି ସୀମା ନାହିଁ । ଆଜିକାଲି ଲୋକେ ବିବାହକୁ ଏକ ମଧୁର ସ୍ମୃତି ବନେଇବା ଉଦ୍ଦେଶ୍ୟରେ ଭିନ୍ନ ଶୈଳୀରେ ଆୟୋଜିତ କରୁଛନ୍ତି । କିଏ ଭିନ୍ନ ଢଙ୍ଗରେ ବିବାହ ନିମନ୍ତ୍ରଣ କାର୍ଡ ବନାଉଛି ତ ଆଉ କିଏ ହେଲିକପ୍ଟରରେ ଯାଇ ବରଣମାଳା ପିନ୍ଧାଉଛି । କେହି କେହି ନିଜ ମନ ପସନ୍ଦର ସ୍ଥାନରେ କରୁଛନ୍ତି ଡେଷ୍ଟିନେଶନ ୱେଡିଂ । ହେଲେ କେବେ ବିବାହ କାର୍ଡ ଟ୍ୟାବଲେଟ୍ ଷ୍ଟ୍ରିପ ଭଳି ବନିଥିବା ଦେଖିଛନ୍ତି କି ? ଆଜ୍ଞା ହଁ, ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ନିମନ୍ତ୍ରଣ କାର୍ଡ ।

ସୂଚନା ଅନୁସାରେ ତାମିଲନାଡୁର ତିରୁଭନ୍ନମଲାଇ ଜିଲ୍ଲାର ଏଲିଜାରାସନ ଏବଂ ଭିଲୁପୁରମ ଜିଲ୍ଲାର ବସନ୍ତକୁମାରୀ ଆସନ୍ତା ସେପ୍ଟେମ୍ବର 5 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଲିଜାରାସନ ଜଣେ ଫାର୍ମାସିଷ୍ଟ ଥିବାବେଳେ ବସନ୍ତକୁମାରୀ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି । ଉଭୟେ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବାରୁ ନିଜର ବିବାହ କାର୍ଡକୁ ଭିନ୍ନ ଢଙ୍ଗରେ ତିଆରି କରିବା ପାଇଁ ଚାହିଁଥିଲେ । ଶେଷରେ ଏହି ଟାବଲେଟ କାର୍ଡ ମଡେଲରେ ନିମନ୍ତ୍ରଣ କାର୍ଡ ତିଆରି କରିଥିଲେ ।
ଏହି କାର୍ଡରେ ବିବାହ କାର୍ଯ୍ୟକ୍ରମ ନେଇ ସମସ୍ତ ତଥ୍ୟ ରହିଛି । ପିତାମାତାଙ୍କ ଠିକଣା, ପ୍ରୀତିଭୋଜନର ସମୟ ସହ ସବିଶେଷ ବିବରଣୀ ଉଲ୍ଲେଖ କରାଯାଇଛି । ସେପ୍ଟେମ୍ବର 5 ରେ 'ସ୍ୱତନ୍ତ୍ର ଦିନ' ଏକ ଲାଲ୍ ବାକ୍ସରେ ତାଲିକାଭୁକ୍ତ ହୋଇଥିବା ଦେଖାଯାଏ। ବାମ ପାର୍ଶ୍ୱରେ ବର ଏବଂ ବରର ଶିକ୍ଷା ବିଷୟରେ ସୂଚନା ରହିଛି । ନାଲି ଅକ୍ଷରରେ ଏକ ଚେତାବନୀ ମଧ୍ୟ ମୁଦ୍ରିତ ହୋଇଛି, ଯେଉଁଥିରେ କୁହାଯାଏ ଯେ ,ସମସ୍ତ ବନ୍ଧୁ ଏବଂ ସମ୍ପର୍କୀୟ ମୋ ବିବାହ କାର୍ଯ୍ୟକୁ ହାତଛଡ଼ା ନକରି ଆନନ୍ଦର ସହିତ ଯୋଗ ଦେଇ ଆମକୁ ଆର୍ଶୀବାଦ କରନ୍ତୁ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications