ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଏଥର ବାହାରିବନି ଆଖଡ଼ା ଶୋଭାଯାତ୍ରା , ଶାନ୍ତି କମିଟି ନିଷ୍ପତ୍ତି
ସମ୍ବଲପୁରରେ ହନୁମାନ ଜୟନ୍ତୀରେ ବାହାରିବନି ଆଖଡ଼ା ଶୋଭାଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ବୟ କମିଟି ବୈଠକରେ ନିଷ୍ପତ୍ତି । ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବାକୁ ହେଲା ନିଷ୍ପତ୍ତି । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ହନୁମାନ ଜୟନ୍ତୀରେ ସମସ୍ତେ ନିଜ ନିଜ ଘରେ ରହି ସେଲିବ୍ରେସନ୍ କରିବେ । ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ହୋଇପାରିବ । ହେଲେ ମୁଖ୍ୟ ରାସ୍ତାରେ କୌଣସି ବାଇକ୍ ରାଲି କି ପ୍ରସେଶନ ହେବ ନାହିଁ । ପ୍ରଶାସନ ପକ୍ଷରୁ ଏମିତି କିଛି ଅପିଲ କରାଯାଇଥିଲା । ଯାହାକୁ ସମସ୍ତେ ଗ୍ରହଣ କରିଛନ୍ତି ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ବର୍ଷ ହନୁମାନ ଜୟନ୍ତୀ ପାଳନ ଅବସରରେ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅଭାବନୀୟ ହିଂସାକାଣ୍ଡ ଓ ଗଣ୍ଡଗୋଳ ଘଟିଯାଇଥିଲା । ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ବ୍ୟାପକ ମାତ୍ରାରେ ଦୋକାନ ବଜାର, ଯାନବାହନ, ସରକାରୀ ଓ ବେସରକାରୀ ସଂପତି ପୋଡି ଦିଆଗଲା ।
ହନୁମାନ ଜୟନ୍ତୀ ଦିନ ଜଣେ ଆଦିବାସୀ ଯୁବକକୁ ହତ୍ୟା କରାଗଲା ଏବଂ ସଂଖ୍ୟାଧିକ ସାଧାରଣ ଜନତା ଆହତ ହୋଇଥିଲେ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଗଣ୍ଡଗୋଳ କାରଣରୁ ହିଂସାକାଣ୍ଡ ଘଟିଥିଲା । ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।
ସାଂସଦ ଏବଂ ବିଧାୟକଙ୍କ ସ୍ୱାକ୍ଷରିତ ଚିଠି ଜରିଆରେ ଘଟଣା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଯାଇଛି । ହନୁମାନ ଜୟନ୍ତୀରେ ହିଂସା ଆଶଂକା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ୫ ତାରିଖ ଦିନ ସମସ୍ତ ରାଜ୍ୟକୁ ସଚେତନ ରହିବା ପାଇଁ ନିର୍ଦ୍ଦେଶାବଳୀ ଜାରୀ କରାଯାଇଥିଲା । ମାତ୍ର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଏବଂ ଯାତ୍ରାର ପୂର୍ବଦିନ ଦଙ୍ଗା ଓ ଗଣ୍ଡଗୋଳ ଘଟିବାର ଆଶଂକାକୁ ଜାଣି ନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଗୋଇନ୍ଦା ବ୍ୟବସ୍ଥାକୁ ପଦାରେ ପକାଇଛି । ଆଇନଶୃଙ୍ଖଳା ନାମରେ ବର୍ତମାନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିଛି ଏବଂ ସମଗ୍ର ଜିଲ୍ଲାରେ ଇଂଟରନେଟ ସେବା ଉପରେ ରୋକ ଲଗାଯାଇଛି । ଯାହାକି ଜିଲ୍ଲାବାସୀଙ୍କୁ ହନ୍ତସନ୍ତ କରିସାରିଛି ।
୨୦୦ରୁ ଉର୍ଦ୍ଧ୍ୱ ମୁସଲିମ ସଂପ୍ରଦାୟର ବ୍ୟକ୍ତିମାନେ ସଂଘବଦ୍ଧ ହୋଇ ଖଣ୍ଡା, ଲୁହା ରଡ୍, ଲାଠି ସହାୟତାରେ ସମ୍ବଲପୁର ସହରର ମୋତିଝରନଠାରେ ମୋଟର ସାଇକେଲ ଶୋଭାଯାତ୍ରା ଉପରେ ମରଣାନ୍ତକ ଆକ୍ରମଣ କରିବାର ଯୋଜନା କରିଥିଲେ ବୋଲି ପୋଲିସ ଦ୍ୱାରା ରୁଜୁ ହୋଇଥିବା ଏଫଆଇଆରରେ ଉଲ୍ଲେଖ ଅଛି ଏବଂ ଏସପି ନିଜେ ସ୍ୱୀକାର କରିଛନ୍ତି । ଏପରିକି ଏହି ଗଣ୍ଡଗୋଳ ଏକ ସୁଚନ୍ତିତ ଏବଂ ପୂର୍ବ ଯୋଜନାବଦ୍ଧ ଥିଲା ବୋଲି ପୋଲିସ ମଧ୍ୟ ନିଜେ ସ୍ୱୀକାର କରିଛି ।












Click it and Unblock the Notifications