ଏଥର ଦିଲ୍ଲୀରେ ବିଜେପି ସରକାର !
ଏଥର ଦିଲ୍ଲୀ ବିଜେପି ସରକାର ଗଠନ କରିବାର ସମ୍ଭାବନା ରହିଛି । ପ୍ରାରମ୍ଭିକ ଟ୍ରେଣ୍ତରେ ବିଜେପର କ୍ରେଜ୍ ଦେଖିବା ପାଇଁ ମିଳିଛି । ଏପର୍ଯ୍ୟନ୍ତ ୪୪ଟି ଆସନରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । AAP ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଆସନରେ ପଛୁଆ ପଡୁଥିବା ଦେଖିବାକୁ ମିଳିଛି । ଆପ ୨୬ଟି ଆସନରେ ଆଗୁଆ ଅଛି। ସେହିପରି କଂଗ୍ରେସ କଂଗ୍ରସ ଏପର୍ଯ୍ୟନ୍ତ ଖାତା ଖୋଲି ପାରି ନାହିଁ ।
ଏଥର ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ସରକାର ଗଠନ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଯାଇଛି । ଯେଉଁଥି ପାଇଁ ସେଲିବ୍ରେସନ ମଧ୍ୟ ଆରମ୍ଭ ହୋଇଯାଇଛି । ବାଣ ଫୁଟାଇବା, ମିଠା ବାଣ୍ଟିବାର ଝଲକ ଦେକିବା ପାଇଁ ମିଳୁଛି । ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି ।

ନୂଆଦିଲ୍ଲୀ ବିଧାନସଭା ଆସନରେ ନଅ ପର୍ଯ୍ୟାୟ ଗଣନା ସମାପ୍ତ ହୋଇଛି ଏବଂ ବିଜେପିର ପରବେଶ ସାହିବ ସିଂହ ୧୧୭୦ ଭୋଟରେ ଆଗୁଆ ଅଛନ୍ତି। ପ୍ରବେଶ ସିଂହଙ୍କୁ ୧୯୨୬୭ ଭୋଟ ମିଳିଛି, ଆମ ଆଦମୀ ପାର୍ଟିର ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୧୮୦୯୭ ଭୋଟ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତଙ୍କୁ ୩୧୧୩ଟି ଭୋଟ ମିଳିଛି।












Click it and Unblock the Notifications