ଏହି ରାଜ୍ୟରେ 'One Nation One Election' ବିରୋଧରେ ଏକ ପ୍ରସ୍ତାବ ପାରିତ
Karnataka News: କର୍ଣ୍ଣାଟକରେ କଂଗ୍ରେସ ନେତୃତ୍ୱାଧୀନ ସରକାର 'One Nation One Election' ବିରୋଧରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ବିଜେପି ଏବଂ ଜେଡିଏସର ତୀବ୍ର ବିରୋଧ ମଧ୍ୟରେ କର୍ଣ୍ଣାଟକ ବିଧାନସଭାରେ ଏହି ପ୍ରସ୍ତାବ ପାରିତ ହୋଇଛି। ବିରୋଧୀଙ୍କ ତୀବ୍ର ବିରୋଧ ମଧ୍ୟରେ ରାଜ୍ୟ ସରକାର ମଧ୍ୟ NEET ବିରୋଧରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏହାକୁ ଡାକ୍ତରୀ ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶରଣ ପ୍ରକାଶ ପାଟିଲ ଉପସ୍ଥାପନ କରିଥିଲେ।

NEET ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗିରହିଛି । ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିଛନ୍ତି । ସେହିପରି ଏହି ମାମଲାରେ ତଦନ୍ତ କରୁଛି ସିବିଆଇ । ତେବେ ପୁନଃ NEET ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏପରିକି କରିବା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ପ୍ରଭାବ ପଡିବ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି ।
ସେହିପରି ଏହି ସମୟରେ ଅନେକ ରାଜ୍ୟରେ NEET ରଦ୍ଦ କରିବାକୁ ଦାବି କରାଯାଉଛି । ଏଭଳି ପରିସ୍ଥିତିରେ କର୍ଣ୍ଣାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ଏବଂ NEET ପରୀକ୍ଷା ବିରୋଧରେ ଏକ ପ୍ରସ୍ତାବ ପାରିତ କରିଛନ୍ତି।












Click it and Unblock the Notifications