ଇଏ ନେହୁରଙ୍କ କଂଗ୍ରେସ, ମହତ୍ମା ଗାନ୍ଧିଙ୍କର ନୁହେଁ: ସୁଧାଂଶୁ ତ୍ରିବେଦୀ
ନୂଆଦିଲ୍ଲୀ:ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ ତଥା ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ପ୍ରତ୍ୟାଖ୍ୟାନ କରିବାରୁ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ସନାତନ ବିରୋଧୀ ବୋଲି ଅଭିହିତ କରି କହିଛନ୍ତି ଯେ ଏହା ମହାତ୍ମା ଗାନ୍ଧୀଙ୍କ ନୁହେଁ, ନେହେରୁଙ୍କ କଂଗ୍ରେସ ।
ସୁଧାଂଶୁ ତ୍ରିବେଦୀ କହିଛନ୍ତି, 'କଂଗ୍ରେସ ସନାତନ ବିରୋଧୀ । ଏବେ ସେ ମନ୍ଦିରକୁ ବହିଷ୍କାର କରୁଛନ୍ତି । କଂଗ୍ରେସ ପାର୍ଟିରେ ଅସୁବିଧା କ'ଣ ଜାଣିନି... ଯେତେବେଳେ ଭାରତର ଇତିହାସ ଏକ ମୋଡ଼ ନେଉଛି ସେତେବେଳେ ସେମାନେ ପ୍ରତ୍ୟାଖାନ କରୁଛନ୍ତି । ଯେତେବେଳେ ଜିଏସ୍ଟି ଲାଗୁ ହେଲା, ଏହାକୁ ବହିଷ୍କାର କରିଥିଲେ ।

ଯେତେବେଳେ ଭାରତରେ ଜି -୨୦ ଅନୁଷ୍ଠିତ ହୋଇଥିଲା, ସେମାନେ ରାଷ୍ଟ୍ରପତିଙ୍କ ଭୋଜିକୁ ମଧ୍ୟ ବହିଷ୍କାର କରିଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ମଧ୍ୟ ବହିଷ୍କାର କରିଥିଲେ । ପ୍ରଣବ ମୁଖାର୍ଜୀଙ୍କ ଭାରତ ରତ୍ନ କାର୍ଯ୍ୟକ୍ରମକୁ ବହିଷ୍କାର କରିଥିଲେ । ଆଜି ଯେତେବେଳେ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ...୫୦୦ ବର୍ଷର ସଂଘର୍ଷ ପରେ, ଯେତେବେଳେ ଏହି ସୁଯୋଗ ଆସୁଛି, କଂଗ୍ରେସ ମଧ୍ୟ ଏହାକୁ ବହିଷ୍କାର କରିଛି ।












Click it and Unblock the Notifications