ଏହା ମହାକୁମ୍ଭ ନୁହେଁ ବରଂ 'ମୃତ୍ୟୁ କୁମ୍ଭ', ଜାଣନ୍ତୁ ଏପରି କାହିଁକି କହିଲେ ମମତା ବାନାର୍ଜୀ

Mamata Banerjee Attacks Yogi Government: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ନେଇ ଉତ୍ତର ପ୍ରେଦଶ ମୁଖ୍ୟମନ୍ତ୍ରୀକୁ ଟର୍ଗେଟ୍ କଲେ ମମତା ବାନାର୍ଜୀ । ମହାକୁମ୍ଭ ୨୦୨୫କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 'ମୃତ୍ୟୁ କୁମ୍ଭ' ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମହାକୁମ୍ଭକୁ ସମ୍ମାନ କରେ, ମୁଁ ପବିତ୍ର ମାତା ଗଙ୍ଗାଙ୍କୁ ସମ୍ମାନ କରେ।

ଗୋଟେ ପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ସମେତ ଅନେକ ପ୍ରସଙ୍ଗରେ ଉତ୍ତର ପ୍ରଦେଶ ବିଧାନସଭାରେ ସମାଜବାଦୀ ପାର୍ଟିକୁ କଡ଼ା ସମାଲୋଚନା କରୁଥିବା ବେଳେ ମମତା ବାନାର୍ଜୀଙ୍କର ଏପରି ବୟାନ ଆସିଛି ଯାହାକୁ ନେଇ ବେଶ ଚର୍ଚ୍ଚା ।

Mamata Banerjee

ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ଯୋଗୀ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଦିଦି । ସେ ଦଳାଚକଟା ଉପରେ ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ସରକାରଙ୍କ ଯୋଜନାର ମଧ୍ୟ ସମାଲୋଚନା କରିଛନ୍ତି । ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରି କହିଛନ୍ତି, 'ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ, କେତେ ଲୋକ ସୁସ୍ଥ ହୋଇଛନ୍ତି? ଧନୀ, ଭିଆଇପିଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିବିର ବ୍ୟବସ୍ଥା ଅଛି ହେଲେ କୁମ୍ଭରେ ଗରିବଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ମେଳାରେ ଦଳାଚକଟା ସାଧାରଣ କଥା କିନ୍ତୁ ବ୍ୟବସ୍ଥା କରିବା ଗୁରୁତ୍ୱପୂର୍ଣ୍ଣ।

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କୋଲକାତାରେ ମମତା ବାନାର୍ଜୀଙ୍କ ବୟାନ ଉପରେ କହିଛନ୍ତି, ମୁଖ୍ୟ ମମତା ବାନାର୍ଜୀ ଗୃହରେ କହିଥିଲେ ଯେ ଏହା ମହାକୁମ୍ଭ ନୁହେଁ ବରଂ ମୃତ୍ୟୁ କୁମ୍ଭ। ଯଦି ଆପଣ ଜଣେ ପ୍ରକୃତ ହିନ୍ଦୁ, ତେବେ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ମମତା ବାନାର୍ଜୀଙ୍କ ଏହି ଅପମାନଜନକ ଶବ୍ଦର ଦୃଢ଼ ବିରୋଧ କରନ୍ତୁ। ଭାରତ ମହାକୁମ୍ଭର ଅପମାନକୁ ସହ୍ୟ କରାଯିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+