୬୦ ବର୍ଷ ବୟସରେ ନିଜକୁ ଏପରି ଫିଟ୍ ରଖନ୍ତି ନୀତା ଅମ୍ବାନୀ
Nita Ambani: ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ୬୧ ବର୍ଷ ବୟସରେ ମଧ୍ୟ ନିଜକୁ ପୁରା ଫିଟ୍ ରଖିଛନ୍ତି । ତେବେ ତାଙ୍କ ଫିଟନେସର ମନ୍ତ୍ର ହେଉଛି ସୁସ୍ଥ ଜୀବନଶୈଳୀ । ଆନ୍ତର୍ଜାତୀୟ ମହିଳା ଦିବସରେ, ସେ ତାଙ୍କ ଫିଟନେସର ସିକ୍ରେଟ୍ ଅନ୍ୟ ମହିଳାଙ୍କ ସହ ବାଣ୍ଟିଥିଲେ ଏବଂ ନିଜ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ। ତାଙ୍କର ଚମତ୍କାର ବ୍ୟାୟାମ ରୁଟିନ୍ ମାଧ୍ୟମରେ ସେ ଏହା ପ୍ରମାଣି କରିପାରିଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା ।
ଫିଟନେସ୍ ବିଷୟରେ ଆଲୋଚନା କରି ନୀତା ଅମ୍ବାନୀ କହିଛନ୍ତି, "ଆମେ ମହିଳାମାନେ ନିଜକୁ ସମସ୍ତ କ୍ଷେତ୍ରରେ ପଛରେ ରଖିଥାଉ । ଧିରେ ଆମେ ନିଜ ଶରୀରର ଯତ୍ନ ନେବା କମ୍ କରିଦେଉ ଏପିକି ବନ୍ଦ କରିଦେଇଥାଉ । ହେଲେ ଏହା ସତ୍ୟ ଯେ ଯଦି ଆମେ ନିଜର ଯତ୍ନ ନ ନେବୁ, ତେବେ କିଏ ନେବ?"

ନୀତା ଅମ୍ବାନୀ ଆହୁରି ମଧ୍ୟ କହିଛନ୍ତି, "୫୦ ଏବଂ ୬୦ ବର୍ଷ ବୟସରେ, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ଧ୍ୟାନ ଦେବା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ୩୦ ବର୍ଷ ବୟସ ପରେ, ପ୍ରତି ଦଶନ୍ଧିରେ ମହିଳାଙ୍କ ମାଂସପେଶୀ ୩ ରୁ ୮ ପ୍ରତିଶତ ହ୍ରାସ ପାଇବା ଆରମ୍ଭ କରେ। ବୟସ ବୃଦ୍ଧି ସହିତ, ଏଗୁଡ଼ିକ ଆହୁରି ଦ୍ରୁତ ଗତିରେ କମଜୋର ହୋଇ ପଡିଥାଏ । ଏହି ସମୟରେ ଆମ ଶରୀରରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ । ଆମର ମାଂସପେଶୀ, ହାଡ଼ର ଶକ୍ତି, ସନ୍ତୁଳନ, ଗତିଶୀଳତା ଏବଂ ଶକ୍ତି ହ୍ରାସ ପାଇବାକୁ ଲାଗେ। ଆମର ମେଟାବୋଲିଜିମ୍ ଏବଂ ଷ୍ଟାମିନା ମଧ୍ୟ ହ୍ରାସ ପାଇଥାଏ । ତେଣୁ, ନିଜର ଯତ୍ନ ନେବା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡିଥାଏ । ଖାସ କରି ୬୦ ବାର୍ଷ ପରେ ।
ନୀତା ଅମ୍ବାନୀ କହିଥିଲେ ଯେ ଜିମ୍ ବ୍ୟାୟାମରେ, ସେ ଲେଗ୍ ଡେ ଅର୍ଥାତ୍ ଗୋଡ଼ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି। ସେ କହିଲେ, "ଲେଗ୍ ଡେ ମୋର ପ୍ରିୟ। ମୋର ପାଦ ଜଣେ ନର୍ତ୍ତକୀର। ମୁଁ ୬ ବର୍ଷ ବୟସରୁ ଭାରତନାଟ୍ୟମ କରୁଛି, କିନ୍ତୁ ମୁଁ ବ୍ୟାୟାମକୁ ମିଶ୍ରିତ କରିବାକୁ ପସନ୍ଦ କରେ। ମୁଁ ସପ୍ତାହରେ ୫-୬ ଦିନ ବ୍ୟାୟାମ କରେ। ଯୋଗ ମୋର ଦୈନନ୍ଦିନ କାର୍ଯ୍ୟର ଅଂଶ।
ସେ ଆହୁରି କହିଛନ୍ତି, "ଯେତେବେଳେ ମୁଁ ଯାତ୍ରା କରେ ସେତେବେଳେ ମୁଁ ଚାଲିବାକୁ ପସନ୍ଦ କରେ। ମୁଁ ୫ ରୁ ୭ ହଜାର ପାଦ ଚାଲେ । ମୋର ଖାଦ୍ୟ ସନ୍ତୁଳିତ । ମୁଁ ଜଣେ ନିରାମିଷଭୋଜୀ । ଚିନି ବିକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ଦିଏ। ମୁଁ ବ୍ୟାୟାମ କରିବା ପରେ ଆରାମ ଅନୁଭବ କରେ। ବ୍ୟାୟାମ ମୋତେ ସାରା ଦିନ ପଜେଟିଭ ରଖିବାରେ ସାହାଯ୍ୟ କରିଥାଏ ।












Click it and Unblock the Notifications