'ଶିକ୍ଷଣ ଓ ଉଦ୍ଭାବନ ଉପରେ ସରକାର ବ୍ୟାପକ ଧ୍ୟାନ ଦେଉଛନ୍ତି'
ନୂଆଦିଲ୍ଲୀ: ରାଜସ୍ଥାନର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାଦୀୟ 'ଅନୁପ୍ରବେଶକାରୀ' ମନ୍ତବ୍ୟ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟକୁ ଅଭିଯୋଗ ଆସିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚଶିକ୍ଷା କ୍ଷେତ୍ରରେ ସଦ୍ୟତମ କ୍ୱାକ୍କ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ବିଶ୍ୱ ମାନ୍ୟତାରେ ଭାରତର ପ୍ରଦର୍ଶନକୁ ଉତ୍ସାହଜନକ ବୋଲି କହିଛନ୍ତି ।
ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଦ୍ୱାରା ଭାରତର ଯୁବ ଶକ୍ତି ଉପକୃତ ହୋଇପାରିବ । ଗବେଷଣା, ଶିକ୍ଷଣ ଓ ଉଦ୍ଭାବନ ଉପରେ ସରକାର ବ୍ୟାପକ ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ କ୍ୟୁଏସର ସିଇଓ ନୁନଜିଓ କ୍ୱାକ୍ୱାରେଲିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।

ଆସନ୍ତା କିଛି ସପ୍ତାହ ମଧ୍ୟରେ କ୍ୟୁଏସ୍ ଭାରତୀୟ ଉଚ୍ଚଶିକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ସଦ୍ୟତମ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ ଉପରେ ଫଳାଫଳ ପ୍ରଦାନ କରିବ ବୋଲି ଶ୍ରୀ କ୍ୱାକ୍ୱେରେଲି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଚଳିତ ବର୍ଷ ସମସ୍ତ ଜି-୨୦ ରାଷ୍ଟ୍ରମଧ୍ୟରେ ସର୍ବୋଚ୍ଚ ପ୍ରଦର୍ଶନ କରିଛନ୍ତି ଏବଂ ବିଶ୍ୱର ସବୁଠାରୁ ଦ୍ରୁତ ବିସ୍ତାରିତ ଗବେଷଣା କେନ୍ଦ୍ର ମଧ୍ୟରୁ ଅନ୍ୟତମ ହୋଇପାରିଛନ୍ତି ।












Click it and Unblock the Notifications